ଆଗରପଡା କଲେଜରେ ମହତାବଙ୍କ ଜନ୍ମ ଶତ ବାର୍ଷିକ
ଭଦ୍ରକ, ୧୮ ନଭେମ୍ବର (ହି.ସ.) - ଆଗରପଡା ମହାବିଦ୍ୟାଳୟ ପରିସରରେ ଆଜି ଯୋଗଜନ୍ମା ପୁରୁଷ ନବ ଉତ୍କଳର ନିର୍ମାତା ଡ.ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ଶତ ବାର୍ଷିକୀ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ହରେକୃଷ୍ଣ ମହତାବ ସ୍ମାରକୀ
MAHATAB JAYANTI AT AGARAPADA COLLAGE (1)


ଭଦ୍ରକ, ୧୮ ନଭେମ୍ବର (ହି.ସ.) - ଆଗରପଡା ମହାବିଦ୍ୟାଳୟ ପରିସରରେ ଆଜି ଯୋଗଜନ୍ମା ପୁରୁଷ ନବ ଉତ୍କଳର ନିର୍ମାତା ଡ.ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ଶତ ବାର୍ଷିକୀ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ହରେକୃଷ୍ଣ ମହତାବ ସ୍ମାରକୀ ପରିଷଦ ଭଦ୍ରକ ଜିଲ୍ଲା ସଭାପତି ଡ଼.ଭାଗବତ ତ୍ରପାଠୀ ମହତାବଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ । ଏଥିରେ ଡ.କ୍ଷିରୋଦ ଚନ୍ଦ୍ର ସାମଲ ଅତିଥି ଭାବେ ଯୋଗଦେଇ ମହତାବଙ୍କ ରାଜନୈତିକ,ସାମାଜିକ, ସାହିତ୍ୟିକ କ୍ଷେତ୍ରରେ ଅବଦାନ ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିଜୟ କୁମାର ଷଣ୍ଢ, ଡ.ହରିହର ଦାସ, ବ୍ରଜ ମୋହନ ପତି ପ୍ରମୁଖ ମହତାବଙ୍କ ଜୀବନ ଆଦର୍ଶ ଉପରେ କହିଥିଲେ । ଅଧ୍ୟାପକ ପ୍ରଶାନ୍ତ ନାୟକ, ସେକ ଅବଦୁଲ୍ ଅଲ୍ଲୀ, ରବିନ୍ଦ୍ର ମୋହନ ପଣ୍ଡା, ମହେଶ୍ୱର ମଲ୍ଲିକ, ରାଜେନ୍ଦ୍ର ପାଣିଗ୍ରାହୀ, ହେମନ୍ତ କୁମାର ଓଝା, ମନୋଜ କୁମାର ପ୍ରଧାନ, ପ୍ରଧ୍ୟାପିକା କବିତା ମଞ୍ଜରୀ ସୁବୁଦ୍ଧି, ସନ୍ଧ୍ୟାରାଣୀ ନାୟକ, ମୁଖ୍ୟ ସହାୟକ ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପିକା ସାବିତ୍ରୀ ମଞ୍ଜରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande