
Bhubaneswar, 18 ନଭେମ୍ବର (ହି.ସ.)
ଜୟପୁର
କୋରାପୁଟ ଜିଲ୍ଲା ଜୟପୁର ମହିଳା ଥାନାରେ ଗତ ୨୦୨୨ ମସିହାରେ ୧୬ ବର୍ଷିୟା ନାବାଳିକାଙ୍କୁ ବିବାହର ଦୀର୍ଘ ୩ ବର୍ଷ ପରେ ଘରରୁ ବାହାର କରିଦେବା ନେଇ ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହି ମାମଲାରେ ମହିଳା ଥାନା ପୁଲିସ ଆଜି ଅଭିଯୁକ୍ତ ସ୍ବାମୀ କୋରାପୁଟ ଜିଲ୍ଲା ପଟାଙ୍ଗି ଗାଙ୍ଗାରାଜପୁର ଗ୍ରାମର ବସନ୍ତ ବାଙ୍କା (୨୪)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପୁଲିସ ସୂଚନା ଅନୁଯାୟୀ ଗତ ୨୦୨୨ ମସିହାରେ ଅଭିଯୁକ୍ତ ଯୁବକ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ କରିଥିଲେ । ଦୀର୍ଘ ୩ ବର୍ଷ ପରେ ଅଭିଯୁକ୍ତ ସ୍ବାମୀ ନିଜ ପତ୍ନୀଙ୍କୁ ବାପ ଘରରୁ ଅଧିକ ଯୌତୁକ ଆଣିବା ନେଇ ଶାରରୀକ ଓ ମାନସିକ ନିର୍ଯାତନା ଦେବା ସହିତ ତାଙ୍କୁ ଘରରୁ ବାହାର କରିଦେଇଥିଲେ । ବର୍ତ୍ତମାନ ପୀଡିତା ନିଜ ବାପାଙ୍କ ଘରରେ ରହୁଥିବା ବେଳେ ମହିଳା ଥାନାର ଦ୍ବାରସ୍ତ ହୋଇଥିଲେ । ଏଥିନେଇ ମହିଳା ଥାନା ନାବାଳିକା ଉତ୍ପିଡନା, ଯୌତୁକ ଜନିତ ନିର୍ଯାତନା ମାମଲାରେ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଆଶ୍ରିତା ଖାଲୋକ ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି