ପୀତାମ୍ବର ସ୍ୱାଇଁ ଥିଲେ ସଂସ୍କୃତିର ଦୀପଶିଖା ଓ ମୂଲ୍ୟବୋଧର ମଡେଲ୍‌, ଡକ୍ଟର ଛାୟାକାନ୍ତ ଷଡ଼ଙ୍ଗୀ ପାଇଲେ ରାଜ୍ୟସ୍ତରୀୟ ବାଗ୍ମିତା ସମ୍ମାନ, ଅଧ୍ୟାପକ ଡକ୍ଟର ପୀତାମ୍ବର ସ୍ୱାଇଁଙ୍କ ୯୪ତମ ଜୟନ୍ତୀ ସମାରୋହ
ଭଦ୍ରକ, ୧୮ ନଭେମ୍ବର (ହି.ସ.) - ବିଶିଷ୍ଟ ବାଗ୍ମୀ ଅଧ୍ୟାପକ ଡକ୍ଟର ପୀତାମ୍ବର ସ୍ୱାଇଁ ଥିଲେ ଓଡ଼ିଆ ଭାଷା-ସାହିତ୍ୟ ଓ ସଂସ୍କୃତିର ଉଜ୍ଜ୍ୱଳ ଦୀପଶିଖା। ତାଙ୍କ ଜୀବନ ଆଦର୍ଶ ମୂଲ୍ୟବୋଧ ଭିତିକ ଥିଲା। ସେ ଥିଲେ ଓଡ଼ିଆ ଅସ୍ମିତା ଏବଂ ଜଗନ୍ନାଥ ଚେତନାର ଅଦ୍ୱିତୀୟ ପ୍ରହରୀ। ଉତ୍କଳୀୟ ଧର୍ମ-ଦର୍ଶନ ଓ ସଂସ୍କୃତ
PITAMBAR SWAIN JAYANTI SAMAROHA


ଭଦ୍ରକ, ୧୮ ନଭେମ୍ବର (ହି.ସ.) - ବିଶିଷ୍ଟ ବାଗ୍ମୀ ଅଧ୍ୟାପକ ଡକ୍ଟର ପୀତାମ୍ବର ସ୍ୱାଇଁ ଥିଲେ ଓଡ଼ିଆ ଭାଷା-ସାହିତ୍ୟ ଓ ସଂସ୍କୃତିର ଉଜ୍ଜ୍ୱଳ ଦୀପଶିଖା। ତାଙ୍କ ଜୀବନ ଆଦର୍ଶ ମୂଲ୍ୟବୋଧ ଭିତିକ ଥିଲା। ସେ ଥିଲେ ଓଡ଼ିଆ ଅସ୍ମିତା ଏବଂ ଜଗନ୍ନାଥ ଚେତନାର ଅଦ୍ୱିତୀୟ ପ୍ରହରୀ। ଉତ୍କଳୀୟ ଧର୍ମ-ଦର୍ଶନ ଓ ସଂସ୍କୃତିର ସୈନିକ ଭାବେ ତାଙ୍କ ଆଦର୍ଶକୁ ଆଜିର ପିଢ଼ି ଅନୁସରଣ କଲେ ଜାତୀୟ ଅସ୍ମିତା ଅକ୍ଷୁର୍ଣ୍ଣ ରହିପାରିବ ବୋଲି ଭଦ୍ରକ ସଂସ୍କୃତି ଭବନ ପରିସରରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ଓଡ଼ିଶାର ପ୍ରବୀଣ ବାଗ୍ମୀ, ଭଞ୍ଜ ସାହିତ୍ୟର ତଥା ଓଡ଼ିଆ ମାଟି-ମଣିଷ ଗବେଷଣାର ଭଗୀରଥ ଅଧ୍ୟାପକ ଡକ୍ଟର ପୀତାମ୍ବର ସ୍ୱାଇଁଙ୍କ ୯୪ତମ ଜୟନ୍ତୀ ସମାରୋରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ସ୍ମୃତିସଂସଦ ସଭାପତି ଡକ୍ଟର ଶଶଧର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ବିଶିଷ୍ଟ ଓଡ଼ିଆ କଥାକାର ଓ ଶିଶୁ ସାହିତ୍ୟିକ କୃପାସାଗର ସାହୁ ଯୋଗଦେଇଥିଲେ ବ୍ୟକ୍ତିର ଅସ୍ମିତା ଜୀବଚର୍ଯ୍ୟାର ମୂଳାଧାର ହେବା ଉଚିତ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ‘ନିତିଦିନ’ର ସଂପାଦକ ମନୋଜ କୁମାର ମହାପାତ୍ର “ସମ୍ବାଦପତ୍ର: କେତେ ଚାପମୁକ୍ତ” ବିଷୟରେ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ। ଏହି ଅବସରରେ ଟିଟଲାଗଡ଼ ଡିଏଭି ସ୍ୱୟଂଶାସିତ କଲେଜର ପୂର୍ବତନ ଅଧ୍ୟକ୍ଷ, ପ୍ରସିଦ୍ଧ ବାଗ୍ମୀ ଓ ସ୍ତମ୍ଭକାର ଡ଼. ଛାୟାକାନ୍ତ ଷଡ଼ଙ୍ଗୀଙ୍କୁ ଡ଼. ପୀତାମ୍ବର ସ୍ୱାଇଁ ରାଜ୍ୟସ୍ତରୀୟ ବାଗ୍ମୀତା ସମ୍ମାନ ଏବଂ ବରିଷ୍ଠ ସାହିତ୍ୟିକ ଅର୍ଜୁନ ଚରଣ ପଣ୍ଡାଙ୍କୁ ଜିଲ୍ଲାସ୍ତରୀୟ ବିରଳ ବ୍ୟକ୍ତିତ୍ୱ ସମ୍ମାନ ପ୍ରଦାନ କରାଯାଇଥିଲା। ଦିବା ଅଧିବେଶନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାର ବିଜେତା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପକ ଡ. ବିଶ୍ୱରଂଜନ ଦାସ ସମ୍ପାଦକୀୟ ବିବରଣୀ ଏବଂ ଅଧ୍ୟାପକ ଡ. ଅଭୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପିକା ଡକ୍ଟର ମମତା ସାହୁ ଓ ଅଧ୍ୟାପିକା ଉଷାରାଣୀ ଜେନା ମାନପତ୍ର ପାଠ କରିଥିଲେ। ସଦସ୍ୟ ଅଧିବକ୍ତା ନିତ୍ୟାନନ୍ଦ ଦାସ, ଡକ୍ଟର ବଳରାମ ମିଶ୍ର, କବି ହୃଦା ହୃଦାନନ୍ଦ ପାଣିଗ୍ରାହୀ, ଶିକ୍ଷାବିତ୍ ଗୋବର୍ଦ୍ଧନ ସାମଲ, ଇଂ. ଅରୁଣ କୁମାର ପାତ୍ର, କୋଷାଧ୍ୟକ୍ଷ ଶ୍ରୀହର୍ଷ ସ୍ୱାଇଁ, ପ୍ରଦୋଷ କୁମାର ସ୍ୱାଇଁ, ଦୀପକ ସ୍ୱାଇଁ, ରବିନାରାୟଣ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟତମ ସଦସ୍ୟ ଶିକ୍ଷାବିତ ରତିକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande