
କୋଏମ୍ବାଟୁର, ୧୮ ନଭେମ୍ବର (ହି.ସ.):
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ୧୯ ନଭେମ୍ବରରେ କୋଏମ୍ବାଟୁରର କୋଡିୟାୟମରେ
ଆରମ୍ଭ ହେଉଥିବା ଜୈବିକ କୃଷକ ସମ୍ମିଳନୀର ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ଏହି ଉତ୍କୃଷ୍ଟ
ପ୍ରଦର୍ଶନ କରୁଥିବା ୧୮ ଜଣ ଚାଷୀଙ୍କୁ ଏହି ଅବସରରେ ପୁରସ୍କୃତ କରିବେ।ସମ୍ମିଳନୀରେ ୫୦,୦୦୦ ରୁ ଅଧିକ ଜୈବିକ ଚାଷୀ ଅଂଶଗ୍ରହଣ କରିବାର ଆଶା କରାଯାଉଛି।
ପ୍ରଧାନମନ୍ତ୍ରୀଙ୍କ ଆଗମନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।ଜୈବିକ କୃଷକ
ସମ୍ମିଳନୀ ଆସନ୍ତାକାଲି କୋଏମ୍ବାଟୁରର କୋଡିୟାୟମରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦି ସମ୍ମିଳନୀର ଉଦଘାଟନ କରିବେ।ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ୧:୨୫ ସମୟରେ ଆନ୍ଧ୍ରପ୍ରଦେଶର
ପୁଟ୍ଟାପର୍ଥିରୁ ଘରୋଇ ବିମାନ ଯୋଗେ କୋୟମ୍ବଟୁର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ସଡ଼କ
ପଥରେ ପ୍ରସ୍ଥାନ କରିବେ ଏବଂ ଅପରାହ୍ନ ୧:୪୦ ସମୟରେ କୋଡ଼ିସିୟା ଏରିନାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ପରେଅପରାହ୍ନ 3.15 ରେ କୋୟମ୍ବଟୁର
ବିମାନବନ୍ଦରକୁ ଛାଡିବ ଏବଂ ଅପରାହ୍ନ 3.30 ରେ କୋୟମ୍ବଟୁର
ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା