
କେନ୍ଦ୍ରାପଡ଼ା, ୧୮ ନଭେମ୍ବର(ହି.ସ.) –କେନ୍ଦ୍ରାପଡ଼ା ବାରିମୂଳ ସ୍ଥିତ ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ବାଲ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିଶୁମାନେ ବିଭିନ୍ନ ପ୍ରକାରର ଷ୍ଟଲ ଖୋଲିଥିଲେ। ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଷ୍ଟଲ, ହସ୍ତକଳା ଷ୍ଟଲ, ଚିତ୍ରାଙ୍କନ ଷ୍ଟଲ ଖୋଲା ଯାଇଥିଲା। ଏହାକୁ ଦେଖିବା ପାଇଁ ଅଭିଭାବକମାନଙ୍କ ବେଶ ଭିଡ଼ ଜମିଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଶଶି କୌଶଲଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ ସଭାକୁ ଚାଚା ନେହୁରଙ୍କ ଫଟୋଚିତ୍ରରେ ଦ୍ୱିପ ପ୍ରଜ୍ୱଳନ କରିବା ପରେ ପୁଷ୍ପମାଲ୍ୟଦେଇ ଉଦ୍ଘାଟନ କରିଥିଲେ । ଅଧ୍ୟକ୍ଷ ଶ୍ରୀ କୌଶଲ ଚାଚା ନେହରୁଙ୍କ ଜୀବନ ଦର୍ଶନ ସଂପର୍କରେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଭି. ଶୋଭା ଓ ଶିକ୍ଷକ ଅଶୋକ ମଲ୍ଲିକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ କଳାକୌଶଳକୁ ବେଶ ପ୍ରଶଂସା କରିଥିଲେ। ପିଲାମାନଙ୍କ ମଧ୍ୟରେ ନୃତ୍ୟ, ଗୀତ, ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି