୨୫ ତାରିଖରେ ପୌରାଞ୍ଚଳ ସ୍ତରିୟ ପରବ
ଜୟପୁର, ୧୮ ନଭେମ୍ବର (ହି.ସ.)- ଆସନ୍ତା ୨୫ ତାରିଖରେ ଜୟପୁର ପୌରାଞ୍ଚଳ ସ୍ତରିୟ ପରବ ଉଦଘାଟନ ହେବ । ଜୟପୁରର ପ୍ରତିଷ୍ଠିତ ବଲ୍ଲଭ ନାରାୟଣ ମନ୍ଦିରରୁ ମଶାଲ ଶୋଭାଯାତ୍ରା ଶୁଭରାମ୍ଭ ହେବ । ଏନେଇ ଆଜି ଜୟପୁର ପୌର ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜୟପୁର ଉପ ଜିଲାପାଳ ଆକା
୨୫ ତାରିଖରେ ପୌରାଞ୍ଚଳ ସ୍ତରିୟ ପରବ


ଜୟପୁର, ୧୮ ନଭେମ୍ବର (ହି.ସ.)- ଆସନ୍ତା ୨୫ ତାରିଖରେ ଜୟପୁର ପୌରାଞ୍ଚଳ ସ୍ତରିୟ ପରବ ଉଦଘାଟନ ହେବ । ଜୟପୁରର ପ୍ରତିଷ୍ଠିତ ବଲ୍ଲଭ ନାରାୟଣ ମନ୍ଦିରରୁ ମଶାଲ ଶୋଭାଯାତ୍ରା ଶୁଭରାମ୍ଭ ହେବ । ଏନେଇ ଆଜି ଜୟପୁର ପୌର ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି, ପୌର ଉପାଧ୍ୟକ୍ଷ ବି. ସୁନିତା, ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୁଜା ରାଉତ, ପୌର ଯନ୍ତ୍ରୀ ଅଜୟ ଜାନୀଙ୍କ ସହ ସମାଜସେବି ସଞ୍ଜୟ ଜୈନ, ଧିରେନ ମୋହନ ପଟ୍ଟନାୟକ, କ୍ରିଡା ସମ୍ପାଦକ ରବି ନାୟକଙ୍କ ସହିତ ପିଟି ଶିକ୍ଷୟତ୍ରି, କାଉନସିଲର ମାନେ ଉପସ୍ଥିତ ଥିଲେ । ଆସନ୍ତା ୨୫ ତାରିଖରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବ । ୨୬ ଓ ୨୭ ତାରିଖରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୨୮ ତାରିଖରେ ଜୟପୁର ଦଶହରା ପଡିଆରେ ଉଦଯାପନ ହେବା ନେଇ ନିଷ୍ପତ୍ତି ହୋଇଛି । ନାଚ ଗୀତ ସହ ପୌରାଞ୍ଚଳ ସ୍ତରିୟ ପରବକୁ ଧୁମ ଧାମରେ ପାଳନ ପାଇଁ ନିଷ୍ପତ୍ତି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande