
ଜୟପୁର, ୧୮ ନଭେମ୍ବର (ହି.ସ.)- ଜୟପୁର ପୌର ସଭାଗୃହରେ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟ। ଦେଶ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଠାରେ ଜୟପୁର ଉପ ଜିଲାପାଳ ଆକାବରମ ଶଶ୍ୟା ରେଡ୍ଡି, ପୌର ଉପାଧ୍ୟକ୍ଷ ବି. ସୁନିତା, ଅତିରିକ୍ତ ପୌର କାର୍ଯ୍ୟନିର୍ବାହି ଅଧିକାରି ପୁଜା ରାଉତ ଉପସ୍ଥିତ ରହି କାର୍ଯ୍ୟ। ଦେଶ ପ୍ରଦାନ କରିଥିଲେ । ଜୟପୁର ପୌରାଞ୍ଚଳର୧୮୬ ହାତାଧିକାରିଙ୍କୁ କାର୍ଯ୍ୟ। ଦେଶ ପ୍ରଦାନ କରାଯାଇଛି । ଏହା ସହ ନିଶାମୁକ୍ତ ଭାରତ ନେଇ ଶପଥ ପାଠ କରାଯାଇଛି । ଯୁବଶକ୍ତି ହେଉଛି ଯେକୌଣସି ରାଷ୍ଟ୍ରର ଶକ୍ତି ଏବଂ ଏବଂ ଯୁବଶକ୍ତିର ସମାଜ ତଥା ଦେଶର ବିକାଶରେ ଗୁରୁତ୍ଵପୂର୍ଣ ଯୋଗଦାନ ରହିଛି । ତେଣୁ ଏହା ଅତ୍ୟନ୍ତ ଗୁରୁତ୍ଵପୂର୍ଣ ଯେ ସର୍ବାଧିକ ସଂଖ୍ୟକ ଯୁବକ ଯୁବତୀ ନିଶାମୁକ୍ତ ଭାରତ ଅଭିଯାନରେ ସାମିଲ ହୁଅନ୍ତୁ । ଦେଶର ଏହି ଆହ୍ଵାନକୁ ସ୍ୱୀକାର କରି ଆଜି ଆମେ ନିଶାମୁକ୍ତ ଭାରତ ଅଭିଯାନ ଅଧିନରେ ଏକ ଜୁଟ ହୋଇ ସଂକଳ୍ପ ନେଇଛୁ ଯେ କେବଳ ସମ୍ପ୍ରଦାୟ, ପରିବାର ବନ୍ଧୁ ବାନ୍ଧବ ନୁହେଁ ବରଂ ଆମେ ମଧ୍ୟ ନିଶାମୁକ୍ତ ହେବୁ କାରଣ ପରିବର୍ତନର ଆରମ୍ଭ ଆମ ଠାରୁ ହେବା ଉଚିତ । ତେଣୁ ଆମେ ସମସ୍ତେ ମିଶି ଆମ କୋରାପୁଟ ଜିଲାକୁ ନିଶାମୁକ୍ତ କରିବା ନିମନ୍ତେ ଦୃଢ ସଂକଳ୍ପ ନେବା ।
ହିନ୍ଦୁସ୍ଥାନ ସମାଚାର / ପିକେପି