ରାଷ୍ଟ୍ରପତି ମୁର୍ମୁ ଛତିଶଗଡ଼ର ରାୟପୁର ଜିଲ୍ଲାକୁ ଜଳ ସଂଚୟ ଜନ ଭାଗିଦାରୀ ପୁରସ୍କାରରେ କଲେ ସମ୍ମାନିତ
ରାୟପୁର, ୧୮ ନଭେମ୍ବର(ହି.ସ.) – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାୟପୁର ଜିଲ୍ଲାକୁ ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଆଜି ମଙ୍ଗଳବାର ଦିନ ବିଜ୍ଞାନ ଭବନରେ ଆୟୋଜିତ ସମାରୋହରେ ପୁରଷ୍କୃତ କରିଛନ୍ତି। ଏହି ପୁରସ୍କାର କଲେକ୍ଟର ଡା. ଗୌରବ ସିଂହ ଏବଂ ନଗର ନିଗମ ଆୟୁକ୍ତ ବିଶ୍ୱଦୀପ ଗ୍ରହଣ
ରାଷ୍ଟ୍ରପତି ମୁର୍ମୁ ଛତିଶଗଡ଼ର ରାୟପୁର ଜିଲ୍ଲାକୁ ଜଳ ସଂଚୟ ଜନ ଭାଗିଦାରୀ ପୁରସ୍କାରରେ କଲେ ସମ୍ମାନିତ


ରାୟପୁର, ୧୮ ନଭେମ୍ବର(ହି.ସ.) – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାୟପୁର ଜିଲ୍ଲାକୁ ଜଳ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଆଜି ମଙ୍ଗଳବାର ଦିନ ବିଜ୍ଞାନ ଭବନରେ ଆୟୋଜିତ ସମାରୋହରେ ପୁରଷ୍କୃତ କରିଛନ୍ତି। ଏହି ପୁରସ୍କାର କଲେକ୍ଟର ଡା. ଗୌରବ ସିଂହ ଏବଂ ନଗର ନିଗମ ଆୟୁକ୍ତ ବିଶ୍ୱଦୀପ ଗ୍ରହଣ କରିଛନ୍ତି। ରାୟପୁର ଜିଲ୍ଲା ପ୍ରଶାସନ ଏବଂ ରାୟପୁର ନଗର ନିଗମକୁ ଜଳ ସଂଚୟ ଜନ ଭାଗୀଦାର(ଜେଏସ୍‌ଜେବି) ୧.୦ ଅଭିଯାନର ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଦ୍ୱାରା ପ୍ରଥମ ଥର ଏହି ଶ୍ରେଣୀରେ ପୁରସ୍କାର ଦିଆଯାଇଛି। ଦେଶସାରା ନିଗମରେ ରାୟପୁର ନଗର ନିଗମ ପ୍ରଥମ, ରାୟପୁର ଜିଲ୍ଲା ଇଷ୍ଟର୍ଣ୍ଣ ଜୋନ୍‌ର କ୍ୟାଟାଗରି ୦୧ରୁ ତୃତୀୟ ତଥା ରାଜ୍ୟରେ ଛତିଶଗଡ଼ ଦ୍ୱିତୀୟ ସ୍ଥାନ ହାସିଲ କରିଛି।

ରାଷ୍ଟ୍ରୀୟ ସ୍ତରରେ ଏହି ଉପଲବ୍ôଧ ରାୟପୁର ଜିଲ୍ଲା ପ୍ରଶାସନ ସ୍ଥାନୀୟ ନିକାୟ ଏବଂ ଜନ ସମୁଦାୟର ସଂଯୁକ୍ତ ଭାଗିଦାରୀ ଠାରୁ ଉଲ୍ଲେଖନୀୟ ପହଲ କରି ଜଳ ସଂରକ୍ଷଣର ଜନ ଆନ୍ଦୋଳନର ରୂପ ଦେଇଛି। ନିଗମରେ ଉତମ ପ୍ରଦର୍ଶନ କରି ରାୟପୁର ନଗର ନିଗମ ୩୩,୦୮୨ କାର୍ଯ୍ୟ ପୂର୍ଣ୍ଣ କରିଛି, ଜିଲ୍ଲା ରାୟପୁର ୩୬,୨୮୨ କାର୍ଯ୍ୟ ପୂର୍ଣ୍ଣ କରିଛନ୍ତି ଏବଂ ଛତିଶଗଡ଼ ୪,୦୫,୫୬୩ କାର୍ଯ୍ୟ କରିଛନ୍ତି। ଯେଉଁଥିରେ ରେନ ୱାଟର ହାର୍ଭେଷ୍ଟିଙ୍ଗ, ରିଚାର୍ଜ ପିଟ୍‌ସ, ଅମୃତ ସରୋବର, ଟାପ ଡ୍ୟାମ୍ ଏବଂ ପରକୋଲେଶନ ଟ୍ରାକର ନିର୍ମାଣ ସାମିଲ ଅଛି। ଏହାସହ ତରଳ ଅପଶିଷ୍ଟ ପ୍ରବନ୍ଧନରେ ରାୟପୁରରେ ୪ ଏସ୍‌ଟିପିରୁ ୨୦୬ ଏମ୍‌ଏଲ୍‌ଡି କ୍ଷମତା ବିକଶିତ କରାଯାଇଛି, ଏବଂ ୯ ଔଦ୍ୟୋଗିକ ଇକାଇକୁ ୧୨୫.୮୪୯ ଏମ୍‌ଏଲ୍‌ଟି ଶୁଦ୍ଧ ଜଳର ଆପୂର୍ତି ସୁନିଶ୍ଚିତ କରାଯାଇଛି। ରାୟପୁର ନଗର ନିଗର ପ୍ରତ୍ୟେକ ୱାର୍ଡ଼ରେ ବର୍ଷା ଜଳ ସଂଚୟନ ଏବଂ ରିଚାର୍ଜ ପିଟ୍‌ସର ନିର୍ମାଣ କରାଯାଇଛି। ସହରର ଆଖପାଖ ୨୦ରୁ ଅଧିକ ନୂଆ ସରୋବରର ପୁନର୍ଜୀବନ କାର୍ଯ୍ୟ କରିଯାଇଛି। ଏହାବ୍ୟତୀତ ସ୍ମାର୍ଟ ୱାଟର ମ୍ୟାନେଜମେଂଟ ଭୂ-ଜଳ ସ୍ତରର ନିଗରାନି ପାଇଁ ଡିଜିଟାଲ୍ ଟ୍ରାକିଂ ସିଷ୍ଟମର ଶୁଭାରମ୍ଭ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande