
ସରକାର ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି - ଆଇନ ମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୮ ନଭେମ୍ବର (ହି.ସ)- ବାଂଲାଦେଶୀ ଅନ୍ରୁବେଶକାରୀଙ୍କ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ବାଂଲାଦେଶୀ ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ସେମାନଙ୍କ ବିରୁଦ୍ଧରେ ସରକାରଙ୍କ ଆଭିମୁଖ୍ୟ କଠୋର, ଏହି ପ୍ରକ୍ରିୟା ଆଗକୁ ଯିବ। ଯେଉଁଠି ଯେଉଁଠି ଅନୁପ୍ରବେଶକାରୀ ଅଛନ୍ତି ସେମାନଙ୍କୁ ଚି଼ହ୍ନଟ କରାଯିବ ଏବଂ ସେମାନଙ୍କ କାର୍ଯ୍ୟକୁ ତଦାରଖ କରାଯିବ। ସେମାନଙ୍କୁ ଡିପୋଟ ମଧ୍ୟ କରାଯିବ, ଏ ନେଇ ନିଷ୍ପତି ମଧ୍ୟ ହୋଇଛି। ସରକାର ଏନେଇ ସବୁ ବ୍ୟବସ୍ଥା ଗ୍ରହଣ କରିବେ । ଏ ବାବଦରେ କେନ୍ଦ୍ର ସରକାରର ଯାହା ଭୂମିକା ରାଜ୍ୟ ସରକାରଙ୍କ ମଧ୍ୟ ସମାନ ଭୂମିକା ରହିଛି ।
ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ରାଜ୍ୟ ସରକାର ସବୁବେଳେ ସୁରକ୍ଷାକୁ ଗୁରୁତ୍ୱ ଦେଇ ଚାଲିଛନ୍ତି । ଓଡିଶାବାସୀଙ୍କୁ ଆହୁରି ସୁରକ୍ଷିତ ରଖିବାକୁ ସରକାର ବ୍ୟବସ୍ତା ଗ୍ରହଣ କରୁଛନ୍ତି । ସେଥିପାଇଁ ଅନୁପ୍ରବେଶକାରୀ, ଉଗ୍ରବାଦୀ ଆସିବା ଏସବୁକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯାଉଛି। ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି, ସେ ଅନୁପ୍ରବେଶକାରୀ ଅବା ଆଉ କିଏ ସେ ସମସ୍ତଙ୍କ ପ୍ରତି ସରକାରଙ୍କ କଠୋର ଆଭିମୁଖ୍ୟ ରହିଛି । ତଟବର୍ତୀ ଅଂଚଳ ପୋଲିସକୁ ସଶକ୍ତ କରାଯାଇଛି, କୋଷ୍ଟ ଗାର୍ଡକୁ ନିରୀକ୍ଷଣ କରୁଛି । ଓଡିଶାର ତଟ ସମ୍ପୂର୍ଣ ସୁରକ୍ଷିତ । ତାହା ସତ୍ୱେ ଅନୁପ୍ରବେଶ କରିଛନ୍ତି, ସେମାନଙ୍କୁ ଚି଼ହ୍ନଟ କରିବା ପାଇଁ ସମସ୍ତ ବ୍ୟବସ୍ତା ସରକାର ହାତକୁ ନେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା