ପୁଇଁନ୍ତଳାରେ ପତାଙ୍ଗୀ-୨୦୨୫ ଶିଶୁ ମହୋତ୍ସବର ଆନନ୍ଦମୟ ଆୟୋଜନ ସାମାଜିକ ସଚେତନତା ସହ ଶିଶୁମାନଙ୍କ ପ୍ରତିଭାର ଉଜ୍ଵଳ ପ୍ରଦର୍ଶନ
ବଲାଙ୍ଗିର, ୧୮ ନଭେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଳା ବ୍ଲକ ସ୍ଥିତ ଭାଲେର ଗ୍ରାମ ଖେଳ ପଡିିଆ ପରିସରରେ ୱାଇସିଡିଏ ସଂସ୍ଥା ଉଦ୍ୟମରେ ପତାଙ୍ଗୀ-୨୦୨୫ ଶିଶୁ ମହୋତ୍ସବ ଉତ୍ସାହମୟ ପରିବେଶରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ୩୦୦ ରୁ ଉର୍ଦ୍ଧ୍ୱ ଶିଶୁ ଅଂଶଗ୍ରହଣ କରିଥିଲେ । ଶିଶୁମାନଙ୍କ
ପୁଇଁନ୍ତଲା ରେ ପତାଙ୍ଗୀ-୨୦୨୫ ଶିଶୁ ମହୋତ୍ସବର ଆନନ୍ଦମୟ ଆୟୋଜନ ସାମାଜିକ ସଚେତନତା ସହ ଶିଶୁମାନଙ୍କ ପ୍ରତିଭାର ଉଜ୍ୱଳ ପ୍ରଦର୍ଶନ


ପୁଇଁନ୍ତଲା ରେ ପତାଙ୍ଗୀ-୨୦୨୫ ଶିଶୁ ମହୋତ୍ସବର ଆନନ୍ଦମୟ ଆୟୋଜନ ସାମାଜିକ ସଚେତନତା ସହ ଶିଶୁମାନଙ୍କ ପ୍ରତିଭାର ଉଜ୍ୱଳ ପ୍ରଦର୍ଶନ


ପୁଇଁନ୍ତଲା ରେ ପତାଙ୍ଗୀ-୨୦୨୫ ଶିଶୁ ମହୋତ୍ସବର ଆନନ୍ଦମୟ ଆୟୋଜନ ସାମାଜିକ ସଚେତନତା ସହ ଶିଶୁମାନଙ୍କ ପ୍ରତିଭାର ଉଜ୍ୱଳ ପ୍ରଦର୍ଶନ


ବଲାଙ୍ଗିର, ୧୮ ନଭେମ୍ବର (ହି.ସ.)- ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଳା ବ୍ଲକ ସ୍ଥିତ ଭାଲେର ଗ୍ରାମ ଖେଳ ପଡିିଆ ପରିସରରେ ୱାଇସିଡିଏ ସଂସ୍ଥା ଉଦ୍ୟମରେ ପତାଙ୍ଗୀ-୨୦୨୫ ଶିଶୁ ମହୋତ୍ସବ ଉତ୍ସାହମୟ ପରିବେଶରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ୩୦୦ ରୁ ଉର୍ଦ୍ଧ୍ୱ ଶିଶୁ ଅଂଶଗ୍ରହଣ କରିଥିଲେ । ଶିଶୁମାନଙ୍କ ସମଗ୍ରିକ ବିକାଶ ଓ ସାମାଜିକ ସଚେତନତାକୁ ମଧ୍ୟ ନଜରରେ ରଖି ବିଭିନ୍ନ କାର୍ଯ୍ୟକ୍ରମ, ପ୍ରତିଯୋଗିତା ଓ ପ୍ରଦର୍ଶନୀର ବ୍ୟବସ୍ଥା କରାଯାଇଥିଲା । ଉଦ୍‌ଘାଟନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରତ୍ନାମୟୀ ପୁରୋହିତ, ଶିଶୁ ବିକାଶ ଏବଂ ପ୍ରକଳ୍ପ ଅଧିକାରୀ ସୁଷମା ତ୍ରିପାଠି, ଆଇ.ଆଇ.ସି. ଅନିତା ପ୍ରଧାନ, ଭାଲେର ସରପଂଚ ପ୍ରଦୀପ ନନ୍ଦ, ୱାଇସିଡିଏ ପରିଚାଳନା କମିଟି ସଦସ୍ୟ ସୁରେଖା ମେହେର, ପ୍ରୋଗ୍ରାମ ମେନେଜର ରୁପମ ମହାପାତ୍ର ଏବଂ ଶିଶୁ ନେତା ଟଇଙ୍କିଲ ଏବଂ ସମ୍ବିତ ଉପସ୍ଥିତ ଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରତ୍ନମୟୀ ପୁରୋହିତ ଯୋଗଦେଇ ଶିଶୁମାନଙ୍କୁ ପ୍ରେରଣା ଦେବା ସହ ସେମାନଙ୍କ ଭବିଷ୍ୟତ ଗଠନରେ ସମାଜର ସାମୁହିକ ଉଦ୍ୟମର ଆହ୍ୱାନ କରିଥିଲେ । ଉତ୍ସବ ପରିସରରେ ଶିଶୁ ସ୍ୱାସ୍ଥ୍ୟ ଶିବିର, ଏନିମିଆ ତେଷ୍ଟିଂ, ବିଭିନ୍ନ ପ୍ରଜେକ୍ଟ ପ୍ରଦର୍ଶନୀ, ଶିଶୁ କେନ୍ଦ୍ରିୟ ପ୍ରଦର୍ଶନୀ ଆକର୍ଷଣ କେନ୍ଦ୍ର ହୋଇଥିଲା । ଏହା ସହ ଶିଶୁ ଅଧିକାର, ଗଣାତ୍ମକ ଶିକ୍ଷା, ରୋଜଗାର, ପରିବାର ଜନିତ ସ୍ଥାନାନ୍ତରରୁ ଶିଶୁ ଶିକ୍ଷାରେ ଆସୁଥିବା ସମସ୍ୟା ଇତ୍ୟାଦିକୁ ନେଇ ସଚେତନତା କରାଯାଇଥିଲା । ଗ୍ରାମାଂଚଳରୁ ଆସିଥିବା ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ମଂଚ ଦେବା ପାଇଁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ବିଜେତା ଶିଶୁମାନଙ୍କୁ ମୁଖ୍ୟ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଛି ।

ଉଦ୍‌ଯାପନୀ ସମାରୋହରେ ସହକାରୀ ଜିଲ୍ଲାପାଳ ଡ. ଅନୁପମା ପ୍ରଧାନ ଏବଂ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଏବଂ ୱାଇସିଡିଏ ପ୍ରୋଗ୍ରାମ ସୁଭ୍ରତା ଜେନା ଓ ଜ୍ୟୋତି କୁମାର ରଥ ଶିଶୁଙ୍କୁ ପ୍ରେରଣା ଦେଇଥିଲେ । ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମଟି ୱାଇସିଡିଏ ର ଜିଲ୍ଲା ସଂଯୋଜିକା ଆନନ୍ଦିନି ରଥ ଓ ପ୍ରୋଗ୍ରାମ ମ୍ୟାନେଜର ଗଣେଶ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ୱାଇସିଡିଏ କର୍ମକର୍ତ୍ତା ଏବଂ ପୁଇଁନ୍ତଲା ବ୍ଲକର ପୋଲିସ ବିଭାଗ, ଅଗ୍ନିସମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶିଶୁମାନେ, ଶିକ୍ଷକ, ଅଭିଭାବକ ଏବଂ ପିତାମାତାଙ୍କ ପ୍ରଚେଷ୍ଟାରେ ସଫଳ ହୋଇଥିଲା । ଶେଷରେ ନିକିତା ଦାଶ ସମସ୍ତଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande