ବେଆଇନ ବାଲି ଉତୋଳନ ପାଇଁ ରାସ୍ତା କାଟ, ଗ୍ରାମବାସୀଙ୍କ ବିରୋଧ, ଖଣି ବିଭାଗ ଦ୍ଵାରା ଜେସିବି ଜବତ
କୋରେଇ, ୧୮ ନଭେମ୍ବର (ହି.ସ.)- ଦିନକୁ ଦିନ ବେଆଇନ ବାଲି ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ବିନା ନିଲାମ ଘାଟରୁ ବାଲି ମାଫିଆ ମାନେ ବାଲି ଉତୋଳନ କରି ଚୋରା ଚାଲାଣ କରୁଛନ୍ତି । ଆଜି ଗ୍ରାମବାସୀଙ୍କ ବିରୋଧ ଫଳରେ ଖଣି ବିଭାଗ ଜେସିବି ଜବତ କରିଛି । ପ୍ରକାଶଯେ, ଯାଜପୁର ସଦର ଥାନା ଅନ୍ତର୍ଗତ ବୈତରଣୀ ନ
ବେଆଇନ ବାଲି ଉତୋଳନ ପାଇଁ ରାସ୍ତା କାଟ, ଗ୍ରାମବାସୀଙ୍କ ବିରୋଧ, ଖଣି ବିଭାଗ ଦ୍ଵାରା ଜେସିବି ଜବତ


କୋରେଇ, ୧୮ ନଭେମ୍ବର (ହି.ସ.)- ଦିନକୁ ଦିନ ବେଆଇନ ବାଲି ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ବିନା ନିଲାମ ଘାଟରୁ ବାଲି ମାଫିଆ ମାନେ ବାଲି ଉତୋଳନ କରି ଚୋରା ଚାଲାଣ କରୁଛନ୍ତି । ଆଜି ଗ୍ରାମବାସୀଙ୍କ ବିରୋଧ ଫଳରେ ଖଣି ବିଭାଗ ଜେସିବି ଜବତ କରିଛି । ପ୍ରକାଶଯେ, ଯାଜପୁର ସଦର ଥାନା ଅନ୍ତର୍ଗତ ବୈତରଣୀ ନଦୀର ଶାଖା ନଦୀ ବୁଢା ନଦୀରୁ ବଳରାମପୁର (କୁନିନ୍ଦା) ମୌଜାରୁ ବେଆଇନ ବାଲି ଉତୋଳନ ପାଇଁ ବାଲି ମାଫିଆ ପ୍ରସ୍ତୁତ ହେଉଥିଲେ । ମାତ୍ର ଯମୁନା ନଦୀକୁ ଜଳ ନିଷ୍କାସନ ପାଇଁ ପଡିଥିବା ହ୍ୟୁମ ପାଇପକୁ ଉଠାଇ ସେହି ବାଟେ ରାସ୍ତା କରିବାକୁ ଜେସିବି ଦ୍ୱାରା କାର୍ଯ୍ୟାରମ୍ଭ କରିବା କ୍ଷଣି ଚାଷୀ ଓ ଗ୍ରାମବାସୀ ଏହାକୁ ବିରୋଧ କରିବା ସହ ଜେସିବିକୁ ଅଟକାଇ ରଖିଥିଲେ । ପରେ ପୁଲିସ ଓ ଖଣି ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ଓ ଖଣି ବିଭାଗ ପହଂଚି ବ୍ୟବହୃତ ଜେସିବିକୁ ଜବତ କରିଥିଲେ । ଏହାର ଅପରେଟର ଢେଙ୍କାନାଳ ଜିଲ୍ଲା ମହାବିରୁଡା ଥାନା ଅନ୍ତର୍ଗତ କଙ୍କଡାହାଡ ଚାନ୍ଦପୁରର ରାଜ କୁମାର ଗଡନାୟକଙ୍କ ଠାରୁ ସିଜର କରିଥିଲେ । ଯାଜପୁର ସଦର ପୁଲିସ ଓ ଜୁନିୟର ଖଣି ଅଧିକାରୀ ଛାୟାକାନ୍ତ ମହନ୍ତ ପ୍ରମୁଖ ଚଢଉରେ ସାମାଲ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande