ନିସ୍ୱାର୍ଥପର ସ୍ୱାସ୍ଥ୍ୟ ସେବାରେ ବ୍ରତୀ ଥିଲେ ଦେବବ୍ରତ (କାଳିଆ)
ଭଦ୍ରକ, ୧୮ ନଭେମ୍ବର (ହି.ସ.) - ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କର ନିସ୍ୱାର୍ଥପର ସ୍ୱାସ୍ଥ୍ୟ ସେବା ତଥା ମଠ ମନ୍ଦିର ସେବାରେ ଦେବବ୍ରତ ନାୟକ(କାଳିଆ) ଶେଷ ସମୟ ପର୍ଯ୍ୟନ୍ତ ବ୍ରତୀ ଥିଲେ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି। ସ୍ୱାସ୍ଥ୍ୟ କର୍ମଚାରୀ ତଥା ଯୁବ ସମାଜସେବୀ ସ୍ୱର୍ଗ
SWASTYA SEVA RE BRATI THILE DEBABRATA


ଭଦ୍ରକ, ୧୮ ନଭେମ୍ବର (ହି.ସ.) - ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କର ନିସ୍ୱାର୍ଥପର ସ୍ୱାସ୍ଥ୍ୟ ସେବା ତଥା ମଠ ମନ୍ଦିର ସେବାରେ ଦେବବ୍ରତ ନାୟକ(କାଳିଆ) ଶେଷ ସମୟ ପର୍ଯ୍ୟନ୍ତ ବ୍ରତୀ ଥିଲେ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି। ସ୍ୱାସ୍ଥ୍ୟ କର୍ମଚାରୀ ତଥା ଯୁବ ସମାଜସେବୀ ସ୍ୱର୍ଗତ ଦେବବ୍ରତ(କାଳିଆ)ଙ୍କ ଏକାଦଶାହ ଦିବସରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଜନ୍ମସ୍ଥାନ ଭଦ୍ରକ ସହର ନରିପୁର ଅସ୍ଥଳ ଗ୍ରାମ ଠାକୁର ଅନନ୍ତ ନାରାୟଣ ମାର୍ଗଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସମାଜସେବୀ ଘନଶ୍ୟାମ ଲେଙ୍କା ବେଦ ଓ ଗୀତା ପାଠ କରିଥିବା ବେଳେ ଗରଦପୁର ଗାନ୍ଧି ଓଡ଼ିଶା ବାଳାଶ୍ରମର ଅନ୍ତେବାସୀମାନେ ଶୋକ ଶ୍ରଦ୍ଧାଞ୍ଜଳି ଭଜନ ଗାନ କରିଥିଲେ। ପ୍ରଫେସର ଡକ୍ଟର ଅଟଳ ବିହାରୀ ନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଭଦ୍ରକ ବିଧାୟକ ଶିତାଂଶୁ ସେଖର ମହାପାତ୍ର, “ଆଜିକାଲି”ର ସମ୍ପାଦକ ନିର୍ମାଲ୍ୟ ମହାନ୍ତି, ସମ୍ଭାବନା ସମ୍ପାଦକ କବି ରୁତୁରାଜ ଅକ୍ଷୟ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳ, ଅତିରିକ୍ତ ଏସ୍‌.ପି. ସମ୍ବିତ୍ ମାଝି, ସି.ଡି.ଏମ୍‌.ଓ. ଡା. ସୁଧିରଞ୍ଜନ ନାୟକ, ଡ. ରାମଚନ୍ଦ୍ର ପଣ୍ଡା, ପ୍ରାଧ୍ୟାପକ ଶିବଚରଣ ଖାମୁରାଇ, ସମାଜସେବୀ ଏସ୍‌.ଏମ୍‌. ଫାରୁକ, ୧୧ ନଂ ୱାର୍ଡ଼ କାଉନ୍‌ସିଲରଙ୍କ ପ୍ରତିନିଧି ସୂର୍ଯ୍ୟ କୁମାର ଦାସ, ପୂର୍ବତନ କାଉନ୍‌ସିଲର ଗଜେନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି, ସମାଜସେବୀ ବଦ୍ରୀନାରାୟଣ ଧଳ, ଅକ୍ଷୟ ସାହୁ, ବସନ୍ତ ରାଉତ, ଶିକ୍ଷାବିତ୍ ରବିନ୍ଦ୍ର ଦାଶ, କାର୍ତିକ ଚନ୍ଦ୍ର ସ୍ୱାଇଁ, ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଦୁର୍ଗାଚରଣ ଦାସ, ପ୍ରଧ୍ୟାପକ ପଦ୍ମନାଭ ପତ୍ରୀ, ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ଲଲାଟେନ୍ଦୁ ମହାନ୍ତି, ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ଇଂ. ଅଭୟ ସୁତାର, ସମାଜସେବୀ ସୁଧାକର ରାଉତ, ଶାନ୍ତନୁ ରାଉତ, ଡ. ରାଧାରାଣୀ ମହାପାତ୍ର, ଡା. ସଂଗୀତା ବଳ, ଡା. ସନ୍ତୋଷ ଜେନା, ଡା. ୟୁ.କେ. ଜେନା, ଡା. ଝସକେତନ ମହାନ୍ତି, ଡା. ସଞ୍ଜୟ ଦାସ, ଇଂ. ସତ୍ୟ ମଣ୍ଡଳ, ଇଂ. ସମରଦିପ୍ ନାୟକ, ଇଂ. ବାଣୀଶ୍ରୀ ନାୟକ, ଶିକ୍ଷାବିତ୍ ବାଦଲ କିଶୋର ମହାପାତ୍ର, ଭୀମଚରଣ ପରିଡ଼ା, ନିର୍ମଳ ଧଳ , ସମାଜସେବୀ ଲିକୁନ୍ ଦଳେଇଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗଦେଇ ସ୍ୱର୍ଗତ କାଳିଆଙ୍କ ସମାଜସେବା ତଥା ଭଗବତ ପ୍ରେମ ଉପରେ ସ୍ମୃତି ଚାରଣ ଓ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଶେଷରେ କାଳିଆଙ୍କ ଏକମାତ୍ର କନ୍ୟା ମୋନାଲିସା ନାୟକ ଓ ପୁତ୍ର ଜ୍ୟୋତି ରଞ୍ଜନ ନାୟକ କୃତଜ୍ଞତା ଜ୍ଞାପନ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande