ସର୍ବସାଧାରଣ ରାସ୍ତାରେ ଦୋକାନ ଘର ପଡ଼ିଲା ମହଙ୍ଗା, ଦୋକାନ ଘର ଭାଙ୍ଗିଲା ପ୍ରଶାସନ
ମୁଖୀଗୁଡା, ୧୮ନଭେମ୍ବର (ହି.ସ.)- ଜବରଦଖଲ କରି ସର୍ବସାଧାରଣ ରାସ୍ତାରେ ନିର୍ମାଣ କରାଯାଇଥିବା ଦୋକାନଘରକୁ ପ୍ରଶାସନ ତରଫରୁ ଭଙ୍ଗାଯାଇ ଜବରଦଖଲ ଉଛେଦ କରାଯାଇଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କୁଚାଗାଁ ଗ୍ରାମପଞ୍ଚାୟତ କର୍ମେଲି ଗ୍ରାମର ସର୍ବସାଧାରଣ ଯାତାୟାତ କରୁଥିବା ସରକାରୀ ରାସ୍ତା
Karmali


ମୁଖୀଗୁଡା, ୧୮ନଭେମ୍ବର (ହି.ସ.)- ଜବରଦଖଲ କରି ସର୍ବସାଧାରଣ ରାସ୍ତାରେ ନିର୍ମାଣ କରାଯାଇଥିବା ଦୋକାନଘରକୁ ପ୍ରଶାସନ ତରଫରୁ ଭଙ୍ଗାଯାଇ ଜବରଦଖଲ ଉଛେଦ କରାଯାଇଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ କୁଚାଗାଁ ଗ୍ରାମପଞ୍ଚାୟତ କର୍ମେଲି ଗ୍ରାମର ସର୍ବସାଧାରଣ ଯାତାୟାତ କରୁଥିବା ସରକାରୀ ରାସ୍ତା ଖାତା ନଂ୮ର ପ୍ଲଟ ନଂ ୧୩୮୨ ଅଧା ଡ଼ିସିମିଲକୁ ଗ୍ରାମର ବିସିକେଶନ ପଣ୍ଡା ଅବରୋଧ କରି ନିଜ ସ୍ଥାୟୀ ଦୋକାନ ଗୃହ ନିର୍ମାଣକରି ବ୍ୟବସାୟ ଚଳାଇ ଆସୁଥିଲେ, ଫଳରେ ଜରୁରୀକାଳୀନ ସେବାରେ ଅନେକ ବାଧା ସୃଷ୍ଟି ହେଉଥିଲା । ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ଏକ ବୈଠକରେ ଆଲୋଚନା କରି ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ। ଓଡିଶା ଜମି ଅନଧିକାର ଅଧିନିୟମ ୧୯୭୨ ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ୨୦ ତାରିଖ ଦିନ ଜବରଦଖଲ ଉଛେଦ ପାଇଁ ଉଦ୍ୟମ କରାଯାଇଥିଲା, କିନ୍ତୁ ଉଚ୍ଚ ନ୍ୟାୟାଳୟର ନିର୍ଦେଶନାମା ଡବ୍ଲ୍ୟୁପି(ସି) ନମ୍ବର୧୪୦୯୫ ଅନୁଯାୟୀ ଜୁନ୧୮ପର୍ଯ୍ୟନ୍ତ ଷ୍ଟେ ଅର୍ଡର ରଖାଯାଇଥିଲ। ସେପ୍ଟେମ୍ବର ୧୯ ତାରିଖ ଦିନ ଧର୍ମଗଡ଼ ଉପଜିଲ୍ଲାପାଳ ରାୟ ଶୁଣାଣି କରିଥିଲେ ଏବଂ ସର୍ବସାଧାରଣ ଯାତାୟତ କରୁଥିବା ସରକାରୀ ରାସ୍ତାକୁ ଜବରଦଖଲ କରିଥିବା ବିସିକେଶନ ପଣ୍ଡାଙ୍କ ବିପକ୍ଷରେ ଶୁଣାଣି କରିଥିଲେ । ଆଜି ପ୍ରଶାସନ ତରଫରୁ ଉଚ୍ଛେଦ ପ୍ରକ୍ରିୟା କରାଯାଇଥିଲା । ପୋଲିସ ଫୋର୍ସ ସମେତ ଜୟପାଟଣା ଥାନା ଅଧିକରିଣୀ ସ୍ନିଧରାଣୀ ସୁନା, ଆରଡ଼ି ଏସଇ କୁମୁଦ ପଟ୍ଟନାୟକ, ଜୟପାଟଣା ତହସିଲଦାର ରଘୁନାଥ ମୁଣ୍ଡାରି, କଲମପୁର ତହସିଲଦାର ସ୍ମରଣୀକା ତୁଳ, ବାନେର ରାଜସ୍ବ ନିରୀକ୍ଷକ ମମତା ସେ, ରେଭିନ୍ୟୁ ସୁପେରଭାଇଜର ରଞ୍ଜିତ ରାଉତଙ୍କ ଉପସ୍ଥିତିରେ ଜେସିବି ମେସିନ ସାହାଯ୍ୟରେ ଦୋକାନ ଘରଭାଙ୍ଗି ଜବରଦଖଲ ଉଛେଦ କରାଯାଇଛି। ଏହା ଜୟପାଟଣା ତହସିଲର ପ୍ରଥମ ଜବରଦଖଲ ଉଚ୍ଛେଦ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande