
ଗଞାମ, ୧୮ ନଭେମ୍ବର (ହି.ସ.)- ସ୍ୱାଧୀନତାର ଦୀର୍ଘ ୭୮ ବର୍ଷ ପରେ ମଧ୍ୟ ଧରାକୋଟ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମର ଆଦିବାସୀ ଅଂଚଳର ଲୋକେ ଗାଁରେ ବିଜୁଳି ବତୀ ଦେଖିବାର ସୁଯୋଗ ନପାଇ ଅନ୍ଧାରରେ ଜୀବନ ବିତାଉଥିଲେ । କିନ୍ତୁ ଏ ଖବର ଆଜି ଗୋଟିଏ ଗଣମାଧ୍ୟମରେ ପ୍ରସାରିତ ହେବାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜାଣିବାକୁ ପାଇ ଆଜି ଜିଲାପାଳ ସମ୍ମିଳନୀରେ ଗଂଜାମ ଜିଲାପାଳଙ୍କୁ ତୁରନ୍ତ ଏହି ଗ୍ରାମକୁ ବିଦ୍ଯୁତ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଥିବାରୁ ସୁବର୍ଣ୍ଣପୁର ଗ୍ରାମବାସୀଙ୍କ ମୁହଁରେ ହସ ଫୁଟିଛି ଏବଂ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ