
ଭୁବନେଶ୍ୱର, ୧୮ ନଭେମ୍ବର (ହି.ସ)- ଆସନ୍ତା ବର୍ଷ ଖାଲି ହେବାକୁ ଥିବା ୪ ରାଜ୍ୟ ସଭା ସିଟ୍ ରୁ ଦୁଇଟି ବିଜେପିର କ୍ଲିୟର ଅଛି। ଗୋଟିଏ ବିଜେଡ଼ିକୁ ଯିବ। ଗୋଟିଏ ସିଟ୍ ରେ ସଂଖ୍ୟା ଦ୍ୱନ୍ଦ ରହିଛି। ବିଜେପି ଚତୁର୍ଥ ସିଟ୍ କୁ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ଦଳ ନିହାତି ନେବା ବି ଦରକାର ବୋଲି ସାଂସଦ ସୁଜିତ୍ କୁମାର କହିଛନ୍ତି।
ସୂଚନାଯୋଗ୍ୟ ଯେ ଆସନ୍ତା ବର୍ଷ ଏପ୍ରିଲରେ ୪ ଟି ରାଜ୍ୟ ସଭା ସିଟ୍ ଖାଲି ହେବ। ସୁଜିତ୍ କୁମାର, ମମତା ମହାନ୍ତ, ମୁନା ଖାଁ ଓ ନିରଞ୍ଜନ ବିଶି ଙ୍କ ସିଟ୍ ଖାଲି ହେବ। ନୂଆପଡ଼ାରେ ଦଖଲ ପରେ ସୁଜିତ୍ ଙ୍କ କାର୍ଯ୍ୟକୁ ଗତକାଲି ମୁଖ୍ୟମନ୍ତ୍ରୀ ପ୍ରସଂଶା କରିଥିଲେ। ଦଳ ତାଙ୍କୁ ପୁରସ୍କାର ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ସୁଜିତ୍ କହିଛନ୍ତି କଳାହାଣ୍ଡି ବିଷୟରେ ମୋର ଅଭିଜ୍ଞତା ଅଛି। ଦଳର ସଂସଦୀୟ ବୋର୍ଡ ଚୁଡାନ୍ତ ନିଷ୍ପତି ନେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା