ତିହିଡିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ୪୫୭ ଭିନ୍ନକ୍ଷମ ପଞ୍ଜିକୃତ, ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଶିବିରର ଲକ୍ଷ୍ୟ
ଭଦ୍ରକ, ୧୮ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ହରସିଂହପୁର ପଂଚାୟତ ଅଧୀନ ବାରବାଟିଆସ୍ଥିତ ବୈଷ୍ଣବାନନ୍ଦ ଉଚ୍ଚ ବିଦ୍ୟାପୀଠରେ ମଙ୍ଗଳବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହିଅବସରରେ ବିଡ଼ିଓ ନିରଞ୍ଜନ ବାରିକଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହ
TIHIDI RE VINAKHYAMA SIBIRA


ଭଦ୍ରକ, ୧୮ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ହରସିଂହପୁର ପଂଚାୟତ ଅଧୀନ ବାରବାଟିଆସ୍ଥିତ ବୈଷ୍ଣବାନନ୍ଦ ଉଚ୍ଚ ବିଦ୍ୟାପୀଠରେ ମଙ୍ଗଳବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହିଅବସରରେ ବିଡ଼ିଓ ନିରଞ୍ଜନ ବାରିକଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା ସଭାରେ ପିଇଓ ଦୀନବନ୍ଧୁ ମହାନ୍ତି ସଂଚାଳନ କରିଥିଲେ । ଶିବିର ଆରମ୍ଭପରେ ବରେଣ୍ୟ ଅତିଥିଭାବେ ଚାନ୍ଦବାଲି ବିଧାୟକ ଡ଼.ବ୍ୟୋମକେଶ ରାୟ ଯୋଗଦେଇ ଶିବିରର ବିଭିନ୍ନ ବିଭାଗ ବୁଲି ଦେଖିବାସହିତ ଭିନ୍ନକ୍ଷମ ମାନଙ୍କ ସମସ୍ୟା ପଚାରି ବୁଝିଥିଲେ ।ବରେଣ୍ୟ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ଏବିଡ଼ିଓ ମୀନକେତନ ବାରିକ, ସରପଂଚ ଅଜୟ ମହାନ୍ତି, ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରା, ଭାଜପା ନେତା ମୁକ୍ତିକାନ୍ତ ନାୟକ, ସଂଗ୍ରାମ ମହାନ୍ତି ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମଙ୍କୁ ସମାଜରେ ମୁଖ୍ୟସ୍ରୋତରେ ସାମିଲକରିବା ଶିବିରର ଲକ୍ଷ୍ୟ ବୋଲି କହିଥିଲେ ।ପିଇଓ ସତ୍ୟବ୍ରତ ପାଢ଼ୀ ବେଦପାଠ କରିଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକ,ପ୍ରଧାନ ଶିକ୍ଷକ ଭାରତ ଚନ୍ଦ୍ର ପାଲ,ଜିଲା ପରିଷଦ ସଭ୍ୟ ଅମୂଲ୍ୟ କୁମାର ମାଝୀ, ସରପଂଚ ପୁଷ୍ପାଞ୍ଜଳି ଲେଙ୍କା, ଚକ୍ରଧର ଦାସ, ମଧୁସ୍ମିତା ସେଠୀ, ଭାରତୀ ମଳିକ, ସମିତିସଭ୍ୟା ସସ୍ମିତା ବେହେରା, ସ୍ୱାସ୍ଥ୍ୟକେନ୍ଦ୍ର ବିତୀୟ ଅଧିକାରୀ ବିପ୍ଳବ ରଞ୍ଜନ ପତି, ପୂର୍ବତନ ସରପଂଚ ଅମର ଦାସ ଓ ପ୍ରଫୁଲ୍ଲ ପାଢ଼ୀ,କୃଷ୍ଣଚନ୍ଦ୍ର ମହାନ୍ତି, ରତିକାନ୍ତ ମହାକୁଡ଼ ପ୍ରମୁଖ ଉପସ୍ଥିତ ଥିଲେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ପକ୍ଷରୁ ଆୟୋଜିତ ଶିବିରରେ ବିଭିନ୍ନ ଅଂଚଳର ୪୫୭ଜଣ ଭିନ୍ନକ୍ଷମ ପଞ୍ଜିକରଣ କରିଥିଲେ । ୧୬୪ ଜଣ ଶାରୀରିକ, ୯୮ମାନସିକ, ୮୩ ଶ୍ରବଣ ବାଧିତ, ୬୪ ଦୃଷ୍ଟି ବାଧିତ ଏବଂ ୧୨ବର୍ଷ ପର୍ଯ୍ୟନ୍ତ ୪୮ଜଣ ଭିନ୍ନକ୍ଷମଙ୍କୁ ପରୀକ୍ଷା କରାଯାଇଥିଲା । ପରେ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଜଣାଯାଇଛି । ଶିବିରରେ ଡାକ୍ତର ଏମ . ମନୋଜ,ଭରତ ସାମଲ,ବୈଦ୍ୟନାଥ ଓଝା,ସନ୍ତୋଷ ସିଂ,ସୁଧାକୃଷ୍ଣ ସାହୁ ପ୍ରମୁଖ ଯୋଗଦେଇ ଭିନ୍ନକ୍ଷମମାନଙ୍କୁ ପରୀକ୍ଷା କରିଥିଲେ।ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, କନିଷ୍ଠ ଯନ୍ତ୍ରୀ ମାନସୀ ମହାପାତ୍ର, ପିଇଓ ଗୋପାଳକୃଷ୍ଣ ପଣ୍ଡା, ଶାରଦା ବଳ, ବବିତା ବିଶ୍ୱାଳ, ରୁନୁରାଣୀ ମଳିକ, ତ୍ରିବେଣୀ ଟ୍ରଷ୍ଟ ଅଧ୍ୟକ୍ଷା ରଞ୍ଜୁଲତା ଗାହାଣ, ମା ବାସୁଳୀ ଯୁବ ପରିଷଦ, ହରସିଂହପୁରର ସଭାପତି ଧୀରେନ୍ଦ୍ର ଦଳେଇଙ୍କ ସମେତ କର୍ମକର୍ତାମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande