ମତଦାତା ସୂଚୀର ପବିତ୍ରତାର ରକ୍ଷା ପାଇଁ କଂଗ୍ରେସ ପୂର୍ଣ୍ଣତଃ ପ୍ରତିବଦ୍ଧ- ଖରଗେ
ନୂଆଦିଲ୍ଲୀ, ୧୮ ନଭେମ୍ବର(ହି.ସ.) – କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖରଗେ ଏବଂ ଲୋକସଭାରେ ବିପକ୍ଷ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ଏଠାରେ ପାର୍ଟି ମୁଖ୍ୟାଳୟରେ ମତଦାତା ସୂଚୀର ବିଶେଷ ଗହନ ପୁନରୀକ୍ଷଣ(ଏସ୍‌ଆଇଆର୍‌) ପ୍ରକ୍ରିୟାରେ ରହୁଥିବା ୧୨ ରାଜ୍ୟର ପାର୍ଟି ପଦାଧିକାରୀଙ୍କ ସହିତ ବୈଠକ କ
ମତଦାତା ସୂଚୀର ପବିତ୍ରତାର ରକ୍ଷା ପାଇଁ କଂଗ୍ରେସ ପୂର୍ଣ୍ଣତଃ ପ୍ରତିବଦ୍ଧ- ଖରଗେ


ନୂଆଦିଲ୍ଲୀ, ୧୮ ନଭେମ୍ବର(ହି.ସ.) – କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖରଗେ ଏବଂ ଲୋକସଭାରେ ବିପକ୍ଷ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ଏଠାରେ ପାର୍ଟି ମୁଖ୍ୟାଳୟରେ ମତଦାତା ସୂଚୀର ବିଶେଷ ଗହନ ପୁନରୀକ୍ଷଣ(ଏସ୍‌ଆଇଆର୍‌) ପ୍ରକ୍ରିୟାରେ ରହୁଥିବା ୧୨ ରାଜ୍ୟର ପାର୍ଟି ପଦାଧିକାରୀଙ୍କ ସହିତ ବୈଠକ କରିଛନ୍ତି। ବୈଠକରେ କଂଗ୍ରେସର ମହାସଚିବ, ସମ୍ବର୍ଦ୍ଧିତ ରାଜ୍ୟର ପ୍ରଭାରୀ, ପ୍ରଦେଶ ଅଧ୍ୟକ୍ଷ, ବିଧାନ ମଣ୍ଡଳ ଦଳର ନେତା ଏବଂ ରାଷ୍ଟ୍ରୀୟ ସଚିବ ସାମିଲ ଥିଲେ। ବୈଠକ ପରେ ଖରଗେ ଏକ୍ସ ପୋଷ୍ଟରେ କହିଛନ୍ତି ଯେ କଂଗ୍ରେସ ମତଦାତା ସୂଚୀର ପବିତ୍ରତାର ରକ୍ଷା ପାଇଁ ପୂର୍ଣ୍ଣତଃ ପ୍ରତିବଦ୍ଧ ଅଟେ। ଯେତେବେଳେ ଲୋକତାନ୍ତ୍ରିକ ସଂସ୍ଥାରେ ଜନତାଙ୍କ ଭରସା କମଜୋର ହେଉଛି, ଏପରି ସମୟରେ ଏସ୍‌ଆଇଆର୍ ପ୍ରକ୍ରିୟା ସମୟରେ ନିର୍ବାଚନ ଆୟୋଗ ଅତ୍ୟନ୍ତ ନିରାଶାଜନକ ରହିଛି। ନିର୍ବାଚନ ଆୟୋଗକୁ ଏହା ସ୍ପଷ୍ଟ କରିବା ଦରକାର ଯେ ସେ କୌରସି ରାଜନୀତିକ ଚାପରେ କାମ କରୁନାହିଁ। ସେ ଭାରତୀୟ ଜନତା ପାର୍ଟି ଉପରେ ଅଭିଯୋଗ ଲଗାଇଛି ଯେ ସେ ଏସ୍‌ଆଇଆର୍ ପ୍ରକ୍ରିୟାକୁ ଭୋଟ୍ ଚୋରୀ ସାଧନ ରୂପେ ବ୍ୟବହାର କରିବାର ପ୍ରୟାସ କରୁଛି। ଏହା ଉପରେ ନିର୍ବାଚନ ଅୟୋଗକୁ ଆଖି ବୁଜି ରହିବା ଉଚିତ୍ ନୁହେଁ। ଖରଗେ କହିଛନ୍ତି ଯେ ପାର୍ଟିର କାର୍ଯ୍ୟକର୍ତା, ବୁଥ୍ ସ୍ତର ଅଧିକାରୀ ତଥା ଜିଲ୍ଲା, ସହର ଏବଂ ବ୍ଲକ୍ ଅଧ୍ୟକ୍ଷ ପୂର୍ଣ୍ଣ ସତର୍କତା ସହିତ ସମସ୍ତ ଗତିବିଧି ଉପରେ ନଜର ରଖିବା। ବାସ୍ତବିକ ମତଦାତାଙ୍କ ନମ ହଟାଇବା ବା ଫର୍ଜି ନାମ ଯୋଡ଼ିବାର କୌଣସି ଚେଷ୍ଟାକୁ ବେନକାବ କରାଯିବ। ଖରଗେ କହିଛନ୍ତି ଯେ କୌଣସି ସଂସ୍ଥାର ଦୂରୁପଯୋଗରେ ଲୋକତାନ୍ତ୍ରିକ ଢାଂଚାକୁ ଦୁର୍ବଳ ହେବାକୁ ଦେବ ନାହିଁ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande