
ବଲାଙ୍ଗୀର, ୧୮ ନଭେମ୍ବର(ହି.ସ.) – ଜିଲ୍ଲା ବ୍ରାହ୍ମଣ ମହାସଭା ଶପଥ ଗ୍ରହଣ ସମାରୋହ ଶ୍ରୀନୃସିଂହ ମନ୍ଦିର ପରିସରରେ ମହାସମାରୋହରେ ପାଳିତ ହୋଇଥିଲା। ଏହି ଉତ୍ସବରେ ମଂଚାସିନ ଅତିଥି ଭାବେ ନୂତନ ସଭାପତି ପ୍ରାଣବଲ୍ଲଭ ତ୍ରିପାଠି, ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ, ଶ୍ରୀନୃସିଂହ ମନ୍ଦିର ମହନ୍ତ ବ୍ରଜ ମୋହନ ଶରଣଦେବ ମହାରାଜ, ଅଖିଳ ଓଡିଶା ବ୍ରାହ୍ମଣ ମହାସଭାର ସଭାପତି ମହନ୍ତ ପର୍ଶୁରାମ ଦାଶ ମହାରାଜ, ରାଜ୍ୟ ମହାସଚିବ ବ୍ରହ୍ମଚାରୀ ହରିଚରଣ ଦାଶ, ମୁଖ୍ୟ ଅତିଥି ଡ.ସତ୍ୟନାରାୟଣ ଆଚାର୍ଯ୍ୟ, ଡିନ୍ ଓ ପ୍ରଧ୍ୟାପକ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱ ବିଦ୍ୟାଳୟ, ତିରୁପତି, ସମ୍ମାନୀତ ଅତିଥି ଭାବେ ଡ. ଦୈତାରୀ ପୁଝାରୀ, ଅଧ୍ୟାପକ, ଛତାମଖନା ମହାବିଦ୍ୟାଳୟ ଡ.ଅଜିତ ଦାଶ, ଅଧ୍ୟାପକ, ମହିଳା ମହାବିଦ୍ୟାଳୟ ବଲାଙ୍ଗିର ଅଶୋକ ମିଶ୍ର, ପୂର୍ବତନ ଅଧ୍ୟାପକ ଦେବଗଡ ମହାବିଦ୍ୟାଳୟ ଉପସ୍ଥିତ ରହି ସାମ୍ପ୍ରତିକ ପରିସ୍ଥିତିରେ ବ୍ରାହ୍ମଣ ଏକତା ଓ ଅଖଣ୍ଡତା ଉପରେ ପର୍ଯ୍ୟବେଶିତ କରି ବ୍ରାହ୍ମଣତ୍ୱର ଧର୍ମ, ଜ୍ଞାନ, ଗୁଣଗାରିମା ବୃଦ୍ଧି ଓ ସନାତନ ଧର୍ମର ସୁରକ୍ଷା କରିବାକୁ ମତବ୍ୟକ୍ତ କରିଥିଲେ। ସର୍ବ ଭାରତୀୟ ବ୍ରହ୍ମଣ ଫେଡେରେସନ ର ସଭାପତି ଡ.ଏଚ.ଡି.ଶର୍ମା ଭିଡିଓ କଲ ମାଧ୍ୟମରେ ଶୁଭେଚ୍ଛା ବାର୍ତା ଜଣାଇଥିଲେ। ପ୍ରାୟ ସମସ୍ତ ବକ୍ତା ବ୍ରାହ୍ମଣ ଏକତା ଉପରେ ପର୍ଯ୍ୟବେଷିତ କରିଥିଲେ। ପରେ ଜିଲ୍ଲା ବ୍ରାହ୍ମଣ ମହାସଭାର ଉପଦେଷ୍ଟା ସମେତ ନୂତନ କର୍ମକର୍ତାଗଣ ବୈଦିକ ମନ୍ତ୍ର ଉଚ୍ଚାରଣ କରି ସାମୁହିକ ଶପଥ କରିବା ସଙ୍ଗେ ସଙ୍ଗେ ତାଙ୍କୁ ସମ୍ମାନିତ କରି ମାନପତ୍ର ପ୍ରଦାନ କରାଯାଇଥିଲା। ନୂତନ ଉପଦେଷ୍ଟା ଭାବେ ଜୟରାମ ମିଶ୍ର, ଶିବ ଶଙ୍କର ଖୁଆସ, ପର୍ଶୁରାମ ନାୟକ, ଲୋକନାଥ ନେପାକ ଓ ବସନ୍ତ କୁମାର ଆଚାର୍ଯ୍ୟ। ନୂତନ ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠି, ଉପସଭାପତି କିଶୋର କୁମାର ପୁରୋହିତ ଓ ସୁଶ୍ରୀ ରାଜଶ୍ରୀ ତ୍ରିପାଠି, ସମ୍ପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ, ସହ-ସଂପାଦକ ସଂକିର୍ତନ ତ୍ରିପାଠି, କୋଷାଧ୍ୟକ୍ଷ ରାଜେନ୍ଦ୍ର ମିଶ୍ର, ସଂଗଠନ ସମ୍ପାଦକ ସୋମନାଥ ମିଶ୍ର, ନଗର ସଭାପତି ରାକେଶ ପଣ୍ଡା, ନଗର ସମ୍ପାଦକ ସର୍ଜନ ଆଚାର୍ଯ୍ୟ ଓ ଅଡିଟର ଭାବେ କୃପାସିନ୍ଧୁ ମିଶ୍ର ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟ / ସଦସ୍ୟା ଭାବେ ଅଶୋକ ପାଣ୍ଡିଆ, ସୁଧୀର ଚାନ୍ଦ, ଶିବ ନାରାୟଣ ରଥ, ସନ୍ତୋଷ କୁମାର ତ୍ରିପାଠି, ଗିରିଶ ପଣ୍ଡା, ବିଘ୍ନରାଜ ମିଶ୍ର, ଜଗଦୀଶ ପ୍ରସାଦ ନାଥ, ଦିବାକର ହୋତା, ଇ. କିଶୋର ମୋହନ ମିଶ୍ର, ପଣ୍ଡିତ ସନ୍ତୋଷ ଶତପଥି, ନିହାରିକା ମିଶ୍ର, ଆଶୁତୋଷ ମିଶ୍ର, ବିଧୁ ଭୂଷଣ ତ୍ରିପାଠି, ରଞ୍ଜନ ତ୍ରିପାଠି, ସୁରେନ୍ଦ୍ର ପାଣି, ସୁରେଶ ମିଶ୍ର, ସୁବାଷ ଶତପଥି, ରଂଜିତା ପାଣିଗ୍ରାହୀ, କସ୍ତୁରୀ ରଥ ଓ ପଣ୍ଡିତ ଗୋକୁଳା ମିଶ୍ର। ଉକ୍ତ ସଭାରେ ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବୌଦ୍ଧ, ସୋନପୁର, କଳାହାଣ୍ଡି ସମେତ ଆମ ଜିଲ୍ଲାର ପାଟଣାଗଡ, କଣ୍ଟାବାଞ୍ଜି, ଟିଟିଲାଗଡ, ଲୋଇସିଂହା, ଆଗଲପୁର, ସାହାଜବାହାଲ ରୁ ବ୍ରାହ୍ମଣ ସମାଜର ପ୍ରତିନିଧିଗଣ ଯୋଗ ଦେଇଥିଲେ। ଆମର ଜିଲ୍ଲାର ଶକ୍ତିବାହିନୀର ସଦସ୍ୟା ଓ ପର୍ଶୁରାମ ବାହିନୀର ବହୁତ ଯୁବ ସଦସ୍ୟ ତଥା ସହରର ଓ ଗ୍ରାମାଂଚଳରୁ ଅନେକ ମାନ୍ୟଗଣ୍ୟ ବ୍ରାହ୍ମଣ ଦେବତାଗଣ ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ୱ ଯୋଗଦାନ କରି ଏହି ଶପଥ ସମାରୋହ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ଶେଷରେ ଡ. ପୁଝାରୀ ନିଜର ମତ ପ୍ରଦାନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ