
ଗଂଜାମ, 18 ନଭେମ୍ବର (ହି.ସ.)
ବିଭିନ୍ନ ଦାବିନେଇ ଆୟୁଷ ଡାକ୍ତର ଛାତ୍ରଛାତ୍ରୀ ମାନେ ଦୀର୍ଘ 13ଦିନ ହେଲା କଳାବ୍ୟାଜ ପିନ୍ଧି ଆନ୍ଦୋଳନ ଚଳାଇ ଆସୁଛନ୍ତି । କେବଳ ରୋଗୀଙ୍କ ଚିକିତ୍ସା ବ୍ୟତିତ ଅନ୍ୟ ସବୁ କାର୍ଯ୍ୟ ବନ୍ଦ ରଖିଛନ୍ତି। ସେମାନଙ୍କ ଦାବି ପୂରଣ ନହେଲେ ଆସନ୍ତା 24 ତାରିଖରୁ ତାଲାବନ୍ଦ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ।ଆସନ୍ତା 23 ସୁଦ୍ଧା ଦାବି ପୂରଣ ନହେଲେ ବ୍ରହ୍ମପୁର ବିଜୁପଟ୍ଟନାୟକ ହୋମିଓ କଲେଜ ଓ ଅକୁଂଶପୁର କବିରାଜ ଅନନ୍ତ ତ୍ରିପାଠୀ ଶର୍ମ୍ମା ଆୟୁର୍ବେଦ କଲେଜରେ ଚାବି ପକାଇ ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନକାରୀମାନେ ଓଡିଶା ମୂଖ୍ୟ ନ୍ତ୍ରୀ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଆୟୁଷ ନିର୍ଦ୍ଦେଶାଳୟକୁ ଲିଖିତ ଭାବେ ଜଣାଇଛନ୍ତି। ହିନ୍ଦୁସ୍ଥାନସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ