ବିଦ୍ୟାଳୟକୁ ପୋଷାକ ଦେବାରେ ଚଂଚକତା ଅଭିଯୋଗ ଡ୍ରେସ ଫୋପାଡି ଧାରଣାରେ ବସିଲେ ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା
କେନ୍ଦ୍ରାପଡ଼ା, ୧୮ ନଭେମ୍ବର(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଶିକ୍ଷା ବିଭାଗ ଅଧିନରେ ଥିବା ବିଦ୍ୟାଳୟ ଗୁଡିକରେ ପୋଷାକ ଦେବାପାଇଁ ଟେଣ୍ଡର ହେବାପରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ଆବେଦନ କରା ଯାଇଥିଲା । ଆଳିର ସାନ୍ ସ୍ୱୟଂ ସହାୟିକା ଗୋଷ୍ଠୀ, ମା ଜାଡି ଠାକୁରାଣୀ ସ୍ୱୟଂ ସହାୟି
ବିଦ୍ୟାଳୟକୁ ପୋଷାକ ଦେବାରେ ଚଂଚକତା ଅଭିଯୋଗ


କେନ୍ଦ୍ରାପଡ଼ା, ୧୮ ନଭେମ୍ବର(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଶିକ୍ଷା ବିଭାଗ ଅଧିନରେ ଥିବା ବିଦ୍ୟାଳୟ ଗୁଡିକରେ ପୋଷାକ ଦେବାପାଇଁ ଟେଣ୍ଡର ହେବାପରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ଆବେଦନ କରା ଯାଇଥିଲା । ଆଳିର ସାନ୍ ସ୍ୱୟଂ ସହାୟିକା ଗୋଷ୍ଠୀ, ମା ଜାଡି ଠାକୁରାଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରଭୃତି କେତେକ ସ୍ୱୟଂ ସହାୟିକା ଗୋଷ୍ଠୀ ପୋଷାକ ସଂଗ୍ରହ କରି ବିଦ୍ୟାଳୟ କୁ ଯୋଗାଇ ଦେବାକୁ ଥିବାବେଳେ ସଂପୃକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ପୋଷାକ ନେବାକୁ ମନା କରିଥିଲେ । ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଠାରୁ ପୋଷାକ କ୍ରୟ ନକରି ସାମଲ ଏଣ୍ଟରପ୍ରାଇଜର୍ସ, ଗିରିବନ୍ଧର ଶ୍ରୀମନ୍ଦିର ବସ୍ତ୍ରାଳୟ ପ୍ରଭୃତି ବ୍ୟବସାୟୀ ସଂସ୍ଥା ଠାରୁ ପୋଷକ ନେବାକୁ ନିର୍ଦ୍ଦେଶ ଦେଇଥିବାରୁ ପୋଷାକ ସଂଗ୍ରହ କରିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ନିରାଶ ହୋଇ ପଡିଛନ୍ତି । ସେମାନଙ୍କର ପ୍ରଚୁର ଆର୍ଥିକ କ୍ଷତି ଘଟୁଥିବା ଜାଣିବା ପରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରଉ କରିବା ସହ ସାଙ୍ଗରେ ଆଣିଥିବା ପୋଷାକ ଗୁଡିକୁ ଅଫିସ ଆଗରେ ଫୋପାଡି ଧାରଣାରେ ବସିଥିଲେ । ଏଭଳି ଚଂଚକତା ପୂର୍ବକ କାର୍ଯ୍ୟର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ନିସାତ ପରୱିନ, ସୁହାନା ବେଗମ, ସୁଲତାନା ବିବି, ପାକିଜା ବିବି, ସୁଲେହା ବିବି, ଗୀତାଞ୍ଜଳୀ ବିଶ୍ୱାଳ, ବାସନ୍ତୀ ରାଉତ, ନୟନା ରାଉତ, ସ୍ମୃତିରେଖା ରାଉତ, ସବିହା ନାଜରିନ, ଫାତମା ବେଗମ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande