ଓଷ୍ଟା ପକ୍ଷରୁ କାରାବରଣ ଦିବସ ପାଳନ
ଧର୍ମଶାଳା, ୧୮ ନଭେମ୍ବର(ହି.ସ.) – ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଆମ ପାଠାଗାର ସଭାଗୃହରେ ଜିଲା ଓଷ୍ଟା ପକ୍ଷରୁ କାରାବରଣ ଦିବସ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରୀ ସଭାପତି ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷକ ଆନ୍ଦୋଳନରେ ୧୧
ଓଷ୍ଟା ପକ୍ଷରୁ କାରାବରଣ ଦିବସ ପାଳନ


ଧର୍ମଶାଳା, ୧୮ ନଭେମ୍ବର(ହି.ସ.) – ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକା ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଆମ ପାଠାଗାର ସଭାଗୃହରେ ଜିଲା ଓଷ୍ଟା ପକ୍ଷରୁ କାରାବରଣ ଦିବସ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକାରୀ ସଭାପତି ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷକ ଆନ୍ଦୋଳନରେ ୧୧ ଜଣ ଶିକ୍ଷକ ୨୧ଦିନ କାରାବରଣ କରିଥିଲେ। ସେ ଦିବସକୁ କାରାବରଣ ଦିବସ ରୂପେ ପାଳନ କରାଯାଉଛି। ଏହି ଉତ୍ସବରେ ଓଷ୍ଟାର ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର, ସଂପାଦକ ନିର୍ମଳ କୁମାର ଜେନା, ଜିଲା ଓଷ୍ଟା ସଭାପତି ସୁନନ୍ଦ କୁମାର ରାଉତ, ଯୁଗ୍ମ ସଂପାଦକ ରାଜକିଶୋର ପରିଡା ପୂର୍ବତନ ଓଷ୍ଟା କାର୍ଯ୍ୟକର୍ତା ରଘୁନାଥ ବେହେରା, ନୃସିଂହ ଚରଣ ବେହେରା, ସନ୍ତୋଷ କୁମାର ବିଶ୍ୱାଳ, ବିଷ୍ଣୁଚରଣ ସାହୁ, କୋରାଇ ବ୍ଲକ ଓଷ୍ଟା ସମ୍ପାଦକ ସରୋଜ କୁମାର ରାଉତ, ଧର୍ମଶାଳା ବ୍ଲକ ଓଷ୍ଟା ପୂର୍ବତନ ସଭାପତି ସୁଦାମ ପଣ୍ଡା, ସଭାପତି ସୁଜାତା ମହାପାତ୍ର, ସଂପାଦକ ସଂଜୟ କୁମାର ସାହୁ, ବରୀ ବ୍ଲକ ଓଷ୍ଟା ସଂପାଦକ ଦିବ୍ୟଲୋଚନ ମହାପାତ୍ର, ସୁକିନ୍ଦା ବ୍ଲକ ଓଷ୍ଟା ସମ୍ପାଦକ ଅମୂଲ୍ୟ କୁମାର ନାୟକ, ରସୁଲପୁର ବ୍ଲକ ଓଷ୍ଟା ସଂପାଦକ ପ୍ରଭାତ କୁମାର ନନ୍ଦ, ଯାଜପୁର ବ୍ଲକ ଓଷ୍ଟା ସମ୍ପାଦକ ଉପେନ୍ଦ୍ର କୁମାର ବେହେରା ଓ ସୁକିନ୍ଦା ବ୍ଲକ ଓଷ୍ଟା ସଭାପତି ଶ୍ରୀପତି ବାରିକ ପ୍ରମୁଖ ଯୋଗଦେଇ କାରାବରଣ କରିଥିବା ଶିକ୍ଷକମାନଙ୍କର ତ୍ୟାଗ ଓ ନିଷ୍ଠାର ପଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ। ଦୀର୍ଘ ଅଠର ବର୍ଷ ହେବ ଉକ୍ତ ଦିବସ ପାଳନ କରାଯାଉଥିବା ସଂପାଦକ ପବିତ୍ର କୁମାର ପଣ୍ଡା କହିଥିଲେ। କାରାବରଣ କରିଥିବା ଶିକ୍ଷକ ଇନ୍ଦ୍ରମଣି ବାରିକ, ପ୍ରସନ୍ନ କୁମାର ପୃଷ୍ଟି, ପବିତ୍ର ମୋହନ ଦାଶ, ଧର୍ମେନ୍ଦ୍ର କୁମାର ଦାସ, ପୂର୍ବତନ ଜିଲା ଓଷ୍ଟା ସଂପାଦକ ବିଷ୍ଣୁ ଚରଣ ସାହୁ, ପୂର୍ବତନ ଜିଲା ଓଷ୍ଟା ସଭାପତି ସନ୍ତୋଷ କୁମାର ବିଶ୍ୱାଳ, ପୀତାମ୍ବର ସ୍ୱାଇଁ, ସରୋଜ କୁମାର ରାଉତ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାରାବରଣ କରିଥିବା ପରଲୋକଗତ ତିନିଜଣ ଶିକ୍ଷକ ପ୍ରଶାନ୍ତ କୁମାର ବିଶ୍ୱାଳ, ପ୍ରଶାନ୍ତ କୁମାର ସାମଲ, ପୂର୍ବତନ ଜିଲା ଓଷ୍ଟା ସଭାପତି ହରେକୃଷ୍ଣ ଜେନାଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ବେହେରା, ରଶ୍ମିରଂଜନ ସାମଲ, ଶିକ୍ଷକ ସଂଘର ରାଜ୍ୟ ସଂପାଦକ ସଦୀପ୍ତ କୁମାର ମହାନ୍ତି, ନୀରୋଜ କୁମାର ମହାନ୍ତି, ଡଃ ଅଜୟ କୁମାର ମହାପାତ୍ର, ଅଜୟ କୁମାର ପରିଡା, ଅଭିମନ୍ୟୁ ସ୍ୱାଇଁ, ଲିଙ୍ଗରାଜ ସାହୁ, ପବିତ୍ର ମୋହନ ଦାସ,ଅଶୋକ କୁମାର ସ୍ୱାଇଁ, ଶ୍ରୀଧର ସ୍ୱାଇଁ, ରାମକୃଷ୍ଣ ମହାନ୍ତି, ଉଦୟନାଥ ନାୟକ, ଅମରେଶ ଜେନା, ବିଶ୍ୱନାଥ ସାହୁ, ଦୀପାଳି ମହାରଣା ଓ ମମତା ମିଶ୍ର କାରାବରଣ କରିଥିବା ଶିକ୍ଷକମାନଙ୍କ ତ୍ୟାଗ ଓ ନିଷ୍ଠା ପାଇଁ ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀ ଉପକୃତ ହୋଇଥିବା କହିଥିଲେ। ଜିଲା ଓଷ୍ଟାର ଉପ ସଭାପତି ପ୍ରତାପ ଚନ୍ଦ୍ର ପହି ଧନ୍ୟବାଦ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande