ଦିଲ୍ଲୀର ଚାରୋଟି ଜିଲ୍ଲା କୋର୍ଟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ, 18 ନଭେମ୍ବର (ହି.ସ.)- ଦିଲ୍ଲୀର ଚାରିଟି ଜିଲ୍ଲା ଅଦାଲତରେ ଆଜି ବୋମା ଧମକ ମିଳିବା ପରେ ଅଦାଲତ ପରିସରକୁ ଖାଲି କରାଯାଇଛି। ପଟିଆଲା ହାଉସ କୋର୍ଟ, ସାକେତ କୋର୍ଟ, ରୋହିଣୀ କୋର୍ଟ ଏବଂ ଦ୍ୱାରକା କୋର୍ଟକୁ ବୋମା ଧମକ ମିଳିଛି। ଏହି ବୋମା ଧମକ ଇ-ମେଲ୍‌ ମାଧ୍ୟମରେ ଆସି
ଦିଲ୍ଲୀର ଚାରୋଟି ଜିଲ୍ଲା କୋର୍ଟକୁ ବୋମାରେ ଉଡାଇବାକୁ ଧମକ


ନୂଆଦିଲ୍ଲୀ, 18 ନଭେମ୍ବର (ହି.ସ.)- ଦିଲ୍ଲୀର ଚାରିଟି ଜିଲ୍ଲା ଅଦାଲତରେ ଆଜି ବୋମା ଧମକ

ମିଳିବା ପରେ ଅଦାଲତ ପରିସରକୁ ଖାଲି କରାଯାଇଛି। ପଟିଆଲା ହାଉସ କୋର୍ଟ, ସାକେତ କୋର୍ଟ, ରୋହିଣୀ କୋର୍ଟ ଏବଂ

ଦ୍ୱାରକା କୋର୍ଟକୁ ବୋମା ଧମକ ମିଳିଛି। ଏହି ବୋମା ଧମକ ଇ-ମେଲ୍‌ ମାଧ୍ୟମରେ ଆସିଛି। ବୋମା ଧମକ

ମିଳିବା ପରେ ଏହି ଅଦାଲତଗୁଡ଼ିକର କାମ ଅସ୍ଥାୟୀଭାବେ ବନ୍ଦ କରାଯାଇଛି। ସିଆରପିଏଫ ଏବଂ ବୋମା

ନିରୋଧକ ଦଳ ତଦନ୍ତ କରୁଛନ୍ତି। ତଦନ୍ତରେ ଏପର୍ଯ୍ୟନ୍ତ କୌଣସି ଅଦାଲତରେ ବୋମା ମିଳିବାର ଖବର

ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande