ବଦଳିଲେ ଧର୍ମଶାଳା ଥାନା ଅଧିକାରୀ
ଧର୍ମଶାଳା,୧୮ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝିଙ୍କ ପାଣିକୋଇଲି ହେଡକ୍ୱାଟରକୁ ବଦଳି ହାଇଥିବା ଜଣାପଡିଛି। ଜଣେ ଶାନ୍ତ ସରଳ ଲୋକଭାବେ ଜଣାଶୁଣା ଥାନା ଅଧିକାରୀ ରଂଜନ କୁମର ମାଝି ଧର୍ମଶାଳା ଥାନାରେ ଏକ ବର୍ଷ କାଳ ରହି ବିଭିନ୍ନ ଘଟଣାରେ ବିବାଦୀୟ ହୋଇପଡିଥି
ବଦଳିଲେ ଧର୍ମଶାଳା ଥାନା ଅଧିକାରୀ


ଧର୍ମଶାଳା,୧୮ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝିଙ୍କ ପାଣିକୋଇଲି ହେଡକ୍ୱାଟରକୁ ବଦଳି ହାଇଥିବା ଜଣାପଡିଛି। ଜଣେ ଶାନ୍ତ ସରଳ ଲୋକଭାବେ ଜଣାଶୁଣା ଥାନା ଅଧିକାରୀ ରଂଜନ କୁମର ମାଝି ଧର୍ମଶାଳା ଥାନାରେ ଏକ ବର୍ଷ କାଳ ରହି ବିଭିନ୍ନ ଘଟଣାରେ ବିବାଦୀୟ ହୋଇପଡିଥିଲେ। ଜବତ ହୋଇ ଥାନା ପରିସରରେ ରହିଥିବା ବାଲି ବୋଝେଇ ଗାଡିକୁ ଦୁର୍ବୃତମାନେ ପୁଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରି ଛଡାଇ ନେବା ଘଟଣାରେ ଅଭିଯୋଗ ପରେ ଚୁପହୋଇ ବସି ରହିବା ଏବଂ ଏହି ଥାନା ଅଧିନ ବିଭିନ୍ନ ଗ୍ରାମରେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ଏଥିରେ ରୋକ ଲଗାଇବାରେ ସେ ସମ୍ପୁର୍ଣ୍ଣ ବିଫଳ ହୋଇଥିଲେ। ତାଙ୍କର ଅପାରଗତା ପାଇଁ ଧର୍ମଶାଳା ଅଂଚଳରେ ଚୋରି ବନ୍ଦ ହେବା ପରିବର୍ତେ ବଢିବଢି ଚାଲି ଥିଲା। ଫଳରେ ଯାଜପୁର ଏସପି ୟସପ୍ରତାପ ସାମଲ ତାଙ୍କୁ ପାଣିକୋଇଲିସ୍ଥିତ ପୁଲିସ ହେଡକ୍ୱାଟରକୁ ବଦଳି କରିଥିବା ଜଣାପଡିଛି। ଏବେ ଥାନା ଅଧିକାରୀ ଦାୟିତ୍ୱରେ ଏସ୍‌ଆଇ ରମାକାନ୍ତ ନାୟକ ରହିଥିବା ଜଣାଯାଇଛି। ଏହି ଥାନାରେ କେବେ ନୂତନ ଥାନା ଅଧିକାରୀଙ୍କ ନିଯୁକ୍ତି ଦିଆଯିବ ତାହା ପରବର୍ତୀ ସମୟରେ ଜଣା ପଡିବ। ତେବେ ଧର୍ମଶାଳା ଥାନା ଅଂଚଳ ଏକ ସମ୍ବୋଦନଶୀଳ ଅଂଚଳ ହୋଇଥିବାବେଳେ ଏଠାରେ ଜଣେ ଅଭିଜ୍ଞତା ସମ୍ପନ୍ନ ପୁଲିସ ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଅଂଚଳବାସୀ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande