ମହାନ କ୍ରାନ୍ତିକାରୀ ବଟୁକେଶ୍ୱର ଦତ୍ତଙ୍କୁ ନମନ କଲେ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- ମହାନ କ୍ରାନ୍ତିକାରୀ ବଟୁକେଶ୍ୱର ଦତ୍ତଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତ ମାତାଙ୍କର ପରମ ବୀର ସପୁତ, ଅଦମ୍ୟ ସାହସ ଓ ଅତୁଟ ଦେଶଭ
ମହାନ କ୍ରାନ୍ତିକାରୀ ବଟୁକେଶ୍ୱର ଦତ୍ତଙ୍କୁ ନମନ କଲେ ଧର୍ମେନ୍ଦ୍ର     ପ୍ରଧାନ


ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- ମହାନ କ୍ରାନ୍ତିକାରୀ ବଟୁକେଶ୍ୱର ଦତ୍ତଙ୍କୁ ନମନ

କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଭାରତ

ମାତାଙ୍କର ପରମ ବୀର ସପୁତ, ଅଦମ୍ୟ ସାହସ ଓ ଅତୁଟ ଦେଶଭକ୍ତିର ପ୍ରତୀକ ଅମର

କ୍ରାନ୍ତିକାରୀ ବଟୁକେଶ୍ୱର ଦତ୍ତଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ ।

ବ୍ରିଟିଶ ଶାସନକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଥିବା ସାହସୀ ସ୍ଵାଧୀନତା ସଂଗ୍ରାମୀମାନଙ୍କ

ମଧ୍ୟରେ ତାଙ୍କର ସ୍ଥାନ ସର୍ବୋପରି। କେନ୍ଦ୍ରୀୟ ବିଧାନ ସଭାରେ ଅମର ଶହୀଦ ଭଗତ ସିଂହଙ୍କ ସହ

କରାଯାଇଥିବା ତାଙ୍କର ଐତିହାସିକ ପ୍ରତିରୋଧ ଭାରତର ଆତ୍ମାରେ ଉଠିଥିବା ସେହି ଗଭୀର ଚିତ୍କାରର

ପ୍ରତୀକ ଥିଲା, ଯାହା ସର୍ବଦେଶରେ ସ୍ଵାଧୀନତାର ବହ୍ନିକୁ ଅଧିକ ପ୍ରଜ୍ୱଳିତ କରିଥିଲା।

କଠୋର କାରାବାସ, ଅସହନୀୟ ଯାତନା ଓ କଳା ପାଣିର ନିଷ୍ଠୁରତା ମଧ୍ୟ ତାଙ୍କର ଅଦମ୍ୟ

ମନୋବଳକୁ ଭଙ୍ଗ କରିପାରିଲା ନାହିଁ। ତାଙ୍କର ବଳିଦାନର ପ୍ରଭାବ ଆଗାମୀ ପିଢ଼ିକୁ ସଦା

ରାଷ୍ଟ୍ରହିତରେ ସମର୍ପିତ ରହିବା ପାଇଁ ପ୍ରେରଣା ଦେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande