ମହାରାଷ୍ଟ୍ରର ମୁମ୍ବାଇରୁ ଅନ୍ତର୍ଜାତୀୟ ସାଇବର ଅପରାଧ ଗ୍ରୁପକୁ ଇ-ସିମ ସପ୍ଲାଏ କରୁଥିବା ଅଭିଯୁକ୍ତ ଗିରଫ
ମୁମ୍ବାଇ, 18 ନଭେମ୍ବର (ହି.ସ.)- ଅନ୍ତର୍ଜାତୀୟ ସାଇବର ଅପରାଧ ଗ୍ରୁପକୁ 400 ରୁ ଅଧିକ ଇ-ସିମ୍‌ ସପ୍ଲାଇ କରିବାର ଅଭିଯୋଗରେ ମହାରାଷ୍ଟ୍ରର ମୁମ୍ବାଇ ପୁଲିସ ଜଳଗାଓଁର ଏକ ଅଭିଯୁକ୍ତକୁ ଗିରଫ କରିଛି। କାଲାଚୌକୀ ପୁଲିସ ଷ୍ଟେସନର ଟିମ୍ 74 ବର୍ଷୀୟ ଲାଲବାଗ୍‌ ବାସିନ୍ଦାଙ୍କ ଅଭିଯୋଗର
ମହାରାଷ୍ଟ୍ରର ମୁମ୍ବାଇରୁ ଅନ୍ତର୍ଜାତୀୟ ସାଇବର ଅପରାଧ ଗ୍ରୁପକୁ     ଇ-ସିମ ସପ୍ଲାଏ କରୁଥିବା ଅଭିଯୁକ୍ତ ଗିରଫ


ମୁମ୍ବାଇ, 18 ନଭେମ୍ବର (ହି.ସ.)- ଅନ୍ତର୍ଜାତୀୟ ସାଇବର ଅପରାଧ ଗ୍ରୁପକୁ 400 ରୁ ଅଧିକ ଇ-ସିମ୍‌ ସପ୍ଲାଇ

କରିବାର ଅଭିଯୋଗରେ ମହାରାଷ୍ଟ୍ରର ମୁମ୍ବାଇ ପୁଲିସ ଜଳଗାଓଁର ଏକ ଅଭିଯୁକ୍ତକୁ ଗିରଫ କରିଛି। କାଲାଚୌକୀ

ପୁଲିସ ଷ୍ଟେସନର ଟିମ୍ 74 ବର୍ଷୀୟ ଲାଲବାଗ୍‌ ବାସିନ୍ଦାଙ୍କ ଅଭିଯୋଗର ତଦନ୍ତ କରିବା ସମୟରେ ଏହି

ଗିରଫ କରାଯାଇଛି। କାଳାଚୌକୀ ପୁଲିସ ଷ୍ଟେସନର ଟିମ୍ ବର୍ତ୍ତମାନ ଅଭିଯୁକ୍ତଙ୍କୁ ପଚାରାଉଚା

କରୁଛି।

ଏହି ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀ ମଙ୍ଗଳବାର କହିଛନ୍ତି

ଯେ 74 ବର୍ଷୀୟ ଲାଲବାଗ୍‌ ବାସିନ୍ଦା ବିଜୟ କୁମାର ମାଲାକାର “ଡିଜିଟାଲ ଆରେଷ୍ଟ” ନାମରେ 9.70 ଲକ୍ଷ

ଟଙ୍କା ହରାଇଥିଲେ। ଏହି କାରଣରୁ ବିଜୟ କୁମାର ମାଲାକାର କାଳାଚୌକୀ ପୁଲିସ ଷ୍ଟେସନରେ ମାମଲା ରେକର୍ଡ

କରିଥିଲେ।

ମାମଲାର ତଦନ୍ତ ସମୟରେ ଜଣାପଡିଛି ଯେ 14 ଓ 15 ଅକ୍ଟୋବରରେ ବିଜୟ

କୁମାରଙ୍କୁ ନାସିକ ପୁଲିସ ବୋଲି ନକଲ କରୁଥିବା ଲୋକମାନଙ୍କଠାରୁ ଇ-ସିମ୍‌ ଦ୍ୱାରା ଜେନେରେଟ୍‌

ହୋଇଥିବା କଲ୍‌ ଆସିଥିଲା। ଏହି କଲ୍‌ଗୁଡିକରେ ଦାବି କରାଯାଇଥିଲା ଯେ

ତାଙ୍କ ଖାତାରେ ଏକ ଆତଙ୍କବାଦୀ ଗ୍ରୁପ ସହିତ ସମ୍ପର୍କିତ 2.5 କୋଟି ଟଙ୍କା ଜମା ହୋଇଛି ଏବଂ “ଡିଜିଟାଲ ଆରେଷ୍ଟ” କରିବାର ଧମକ

ଦିଆଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande