
ନୂଆଦିଲ୍ଲୀ, 18 ନଭେମ୍ବର (ହି.ସ.)- ଲାଲକିଲ୍ଲା
ନିକଟରେ ହୋଇଥିବା କାର୍ ବ୍ଲାଷ୍ଟ କେସ୍ରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଲଗାତାର ତଦନ୍ତ
କରୁଛନ୍ତି। ଏହି କ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ଫରିଦାବାଦ ସ୍ଥିତ ଅଲ-ଫଲାହୟୁନିଭର୍ସିଟିର
ନୂଆଦିଲ୍ଲୀର ଓଖଲା କାର୍ଯ୍ୟାଳୟ ସହିତ ଅନ୍ୟ 25ଟି ସ୍ଥାନରେ ରେଡ୍ କରିଛି।
ଅଧିକୃତ ସୂତ୍ର ପକ୍ଷରୁ କୁହାଯାଇଛି
ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ମଙ୍ଗଳବାରରୁ ଅଲ-ଫଲାହ ବିଶ୍ୱବିଦ୍ୟାଳୟ ମାମଲାରେ,
ତାହାର ଟ୍ରଷ୍ଟିମାନେ,
ସମ୍ବନ୍ଧିତ ବ୍ୟକ୍ତିମାନେ ଏବଂ ସଂସ୍ଥାମାନଙ୍କୁ ନେଇ
କେସ୍ରେ ସକାଳ 5ଟାରୁ ରେଡ୍ କରୁଛି। ଇଡିର ଏହି କାର୍ଯ୍ୟାନୁଷ୍ଠାନ ଦିଲ୍ଲୀ ସହିତ ଅନ୍ୟ 25ଟି
ସ୍ଥାନରେ ଚାଲିଛି।
ସୂଚନା ଅନୁଯାୟୀ,
କେନ୍ଦ୍ରୀୟ ତଦନ୍ତ ଏଜେନ୍ସୀର ଟିମ୍ ଅଲ-ଫଲାହ ଟ୍ରଷ୍ଟକୁ
ନିଶାନା କରିବା ପାଇଁ ଦିଲ୍ଲୀ ଏବଂ ଫରିଦାବାଦର ବିଭିନ୍ନ ସ୍ଥାନରେ ଏହି ରେଡ୍ କରିଛି। ଇଡିର ଏହି
କାର୍ଯ୍ୟାନୁଷ୍ଠାନ ମନି-ଲଣ୍ଡରିଂ ସହିତ ସମ୍ବନ୍ଧିତ ଏକ ମାମଲା ଅନ୍ତର୍ଗତ ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା