ଧର୍ମଶାଳାରେ ବାଲି ମାଫିଆଙ୍କ ରାଜ୍ : ହାତ ଟେକି ଦେଇଛି ପ୍ରଶାସନ : ଜାଣିଶୁଣି ଲୋକ ପ୍ରତିନିଧି ଚୂପ
ଧର୍ମଶାଳା,୧୮ ନଭେମ୍ବର(ହି.ସ.) - ବାଲି ମାପିଆଙ୍କ ଭୁସ୍ୱର୍ଗ ପାଲିଟିଛି ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ । ଦିନକୁ ଦିନ ବାଲି ମାଫିଆଙ୍କ ଦୌତାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦିନ ରାତି ଏକ କରି ଜେସିବି ,ପୋକେଲିନ ଓ ହାଇୱା ଲଗାଇ ବେଧଡକ ଭାବେ ବାଲି ବାହାର ରାଜ୍ୟକୁ ଚାଲାଣ ହେଉଛି । ଏ
ଧର୍ମଶାଳାରେ ବାଲି ମାଫିଆଙ୍କ ରାଜ୍ : ହାତ ଟେକି ଦେଇଛି ପ୍ରଶାସନ : ଜାଣିଶୁଣି ଲୋକ ପ୍ରତିନିଧି ଚୂପ


ଧର୍ମଶାଳା,୧୮ ନଭେମ୍ବର(ହି.ସ.) - ବାଲି ମାପିଆଙ୍କ ଭୁସ୍ୱର୍ଗ ପାଲିଟିଛି ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ । ଦିନକୁ ଦିନ ବାଲି ମାଫିଆଙ୍କ ଦୌତାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦିନ ରାତି ଏକ କରି ଜେସିବି ,ପୋକେଲିନ ଓ ହାଇୱା ଲଗାଇ ବେଧଡକ ଭାବେ ବାଲି ବାହାର ରାଜ୍ୟକୁ ଚାଲାଣ ହେଉଛି । ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନେବାରୁ ଏହା ସାରା ନିର୍ବାଚନ ମଣ୍ଡଳୀରେ ସବୁ ସ୍ଥାନରେ ନିରାପଦରେ ବାଲି ଲୁଟ ହେଉଛି । ସେପଟେ ସରକାର ଦିନକୁ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି ।

ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାରକାସ୍ଥିତ ଗୋକେର୍ଣ୍ଣେଶ୍ୱରଠାରେ ଥିବା ବ୍ରାହ୍ମଣୀ ନଦୀ,ମର୍ଯ୍ୟାଦାପୁର ଓ କାଏମା,ଅରାବଳ,କଦମପାଳ,କୋତପୁର,ମଙ୍ଗଳପୁର ଓ ଦେଓଦା ପଂଚାୟତରେ ବ୍ରାହ୍ମଣୀ ଓ ତାର ଶାଖା କେଲୁଅ ନଦୀରୁ ଦୈନିକ ଶହଶହ ଟ୍ରିପ୍ ବାହାର ରାଜ୍ୟକୁ ବାଲି ଚାଲାଣ କରାଯାଉଛି । ଏଦିଗରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନେବା ପରିବର୍ତେ ସେମାନଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ସେପଟେ ଓଭର ଲୋଡ ହାଇୱା ଗାଁ କଂକ୍ରିଟ୍ ରାସ୍ତାରେ ଯାତାୟତ ସମୟରେ ଖାଲଖମାରେ ପରିଣତ ହେଲାଣି । ଯାତାୟତ ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଭିଯୋଗ କଲେ ଥାନାରେ ପାଲଟା ଅଭିଯୋଗ କରାଯାଇ ହଇରାଣ କରାଯାଉଛି । ଅନ୍ୟ ପକ୍ଷେ ଏହା ସବୁ ସମ୍ଭବ ହୋଇପାରିଛି କେବଳ ସ୍ଥାନୀୟ ଲୋକେ ପ୍ରତିନିଧିଙ୍କ ହସ୍ତକ୍ଷେପ ଯୋଗୁଁ । ଜିଲା ପ୍ରଶାସନ ,ସ୍ଥାନୀୟ ଥାନା ଓ ସ୍ଥାନୀୟ ଲୋକ ପ୍ରତିନିଧି କିପରି ବେଆଇନ ବାଲି ଚାଲାଣ ଉପରେ ନଜର ନ ପଡିବା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆଜି ମୁଖ୍ୟମନ୍ତ୍ରୀ ବେଆଇନ ବାଲି ଚାଲାଣ ଉପରେ ରୋକ ଲଗାଇବାକୁ ଜିଲା ପ୍ରଶାସନକୁ କଡା ତାଗିଦ କରିଛନ୍ତି । ତେବେ କେବେ ଏହି ବେଆଇନ ବାଲି ଚାଲାଣ ଉପରେ ରୋକ ଲାଗିବ ତାହା ଦେଖିବାକୁ ବାକି ରହିଲା ବୋଲି ନଦୀ କୂଳିଆ ଲୋକେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande