ଆନ୍ଧ୍ରପ୍ରଦେଶ- ଗୁଳି ବିନିମରେ ମୋଷ୍ଟ ୱାଂଟେଡ ଡିଡମା ଓ ତାଙ୍କ ପତ୍ନୀ ସମେତ 6 ମାଓବାଦୀ ନିହତ
ରାଜମୁନ୍ଦ୍ରି, 18 ନଭେମ୍ବର (ହି.ସ.)- ଆନ୍ଧ୍ର ପ୍ରଦେଶର ରାଜମୁନ୍ଦ୍ରୀ ନିକଟବର୍ତ୍ତୀ ଅଲ୍ଲୂରୀ ସୀତାରାମ ରାଜୁ ଜିଲ୍ଲାର ମାରେଡୁମିଲ୍ଲି ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବଳର ଗୁଳି ବିନିମୟରେ 6ଜଣ ମାଓବାଦୀ ନିହତ ହୋଇଛନ୍ତି । ଏଥିରେ ମୋଷ୍ଟ ୱାଂଟେଡ ମାଓବାଦୀ ନେତା ଏବଂ କେନ୍ଦ୍ରୀୟ
ଆନ୍ଧ୍ରପ୍ରଦେଶ- ଗୁଳି ବିନିମରେ ମୋଷ୍ଟ ୱାଂଟେଡ ଡିଡମା ଓ ତାଙ୍କ     ପତ୍ନୀ ସମେତ 6 ମାଓବାଦୀ ନିହତ


ରାଜମୁନ୍ଦ୍ରି, 18 ନଭେମ୍ବର (ହି.ସ.)- ଆନ୍ଧ୍ର ପ୍ରଦେଶର ରାଜମୁନ୍ଦ୍ରୀ ନିକଟବର୍ତ୍ତୀ

ଅଲ୍ଲୂରୀ ସୀତାରାମ ରାଜୁ ଜିଲ୍ଲାର ମାରେଡୁମିଲ୍ଲି ଜଙ୍ଗଲ ଅଞ୍ଚଳରେ ସୁରକ୍ଷା ବଳର ଗୁଳି ବିନିମୟରେ

6ଜଣ ମାଓବାଦୀ ନିହତ ହୋଇଛନ୍ତି । ଏଥିରେ ମୋଷ୍ଟ ୱାଂଟେଡ ମାଓବାଦୀ ନେତା ଏବଂ କେନ୍ଦ୍ରୀୟ

କମିଟି ସଦସ୍ୟ ମାଡଭି ହିଡମା ଏବଂ ତାର ପତ୍ନୀ ରାଜକ୍କା ମଧ୍ୟ ରହିଛନ୍ତି। ହିଡମାଙ୍କ ଉପରେ ଏକ

କୋଟି ଟଙ୍କା ଏବଂ ତାର ପତ୍ନୀ ଉପରେ ପଚାଶ ଲକ୍ଷ ଟଙ୍କାର ଇନାମ ଘୋଷଣା ହୋଇଥିଲା।

ଆନ୍ଧ୍ର ପ୍ରଦେଶର ପୁଲିସ ମହାନିର୍ଦ୍ଦେଶକ ହରିଶ କୁମାର ଗୁପ୍ତା

କହିଛନ୍ତି ଯେ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ଓଡିଶା ସୀମାନ୍ତ ଅଞ୍ଚଳରେ ମାଓବାଦୀ

କାର୍ଯ୍ୟକଳାପ ସମ୍ବନ୍ଧୀୟ ସୂଚନା ମିଳିବା ପରେ ମଙ୍ଗଳବାର ସକାଳ 6ଟାରୁ ସୁରକ୍ଷା ବଳର ତଲାସୀ

ଅଭିଯାନ ଚାଲିଥିଲା। ଏହା ପରେ ଉତ୍ତର ଆନ୍ଧ୍ରରେ ହାଇ ଆଲର୍ଟ ଘୋଷଣା କରାଯାଇଥିଲା।

ସେ କହିଛନ୍ତି ଯେ ମାରେଡୁମିଲ୍ଲି ଜଙ୍ଗଳ ଅଞ୍ଚଳରେ ମାଓବାଦୀମାନେ

ସୁରକ୍ଷା ବଳକୁ ଦେଖି ଗୁଳିଚାଳନା କରିଥିଲେ। ତାହାର ପ୍ରତିକ୍ରିୟାରେ ସୁରକ୍ଷା ବଳ ମଧ୍ୟ ଜବାବୀ

ଗୁଳିଚାଳନା କରିଥିଲେ। ଏହି ଗୁଳି ବିନିମୟରେ ସୁରକ୍ଷା ବଳ ଛଅ ମାଓବାଦୀଙ୍କୁ ମାରି ଦେଇଛନ୍ତି। ନିହତ

ଲୋକମାନଙ୍କ ପରିଚୟ ମାଡଭି ହିଡମା, ତାର ପତ୍ନୀ ରାଜକ୍କା, ତାଙ୍କ ସହଯୋଗୀ

ମଲ୍ଲା, ଦେଭେ, ଚେଲ୍ଲୁରୀ ନାରାୟଣ ଓରଫ

ସୁରେଶ ଏବଂ ଟେକ୍‌ ଶଙ୍କର ଭାବରେ ହୋଇଛି।

ସେ ଆହୁରି କହିଛନ୍ତି ଯେ ହିଡମା ଉପରେ ଏକ କୋଟି ଟଙ୍କା ଓ ତାର ପତ୍ନୀ

ରାଜକ୍କାଙ୍କ ଉପରେ ପଚାଶ ଲକ୍ଷ ଟଙ୍କାର ଇନାମ ଘୋଷିତ ଥିଲା। ରାଜକ୍କା 2010 ମସିହାରେ ସୁକମାରେ

25 ଜଣ ସିଆରପିଏଫଜବାନ ଶହୀଦ ହୋଇଥିବା ଗୁଳିକାଣ୍ଡରେ ମଧ୍ୟ ଜଡିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande