ବିଧାୟକଙ୍କ ଦ୍ୱାରା ଭିତିପ୍ରସ୍ତର ସ୍ଥାପନ
ଧର୍ମଶାଳା,୧୮ନଭେମ୍ବର(ହି.ସ.) - ସରକାର ପରିବର୍ତନ ପରେ ଏବେ ସ୍ଥାନୀୟ ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦିଆ ଯାଉଛି । ଏହି କ୍ରମରେ ମଙ୍ଗଳବାର ଦିନ ଜାରକା ଜଳସମ୍ପଦ ବିଭାଗ ଅଧିନରେ ଥିବା ଶ୍ରାବନ୍ତପୁରଠାରୁ ଖଣ୍ଡିତର ଖରସୁଆଁ ଦକ୍ଷିଣ ପଟ ନଦୀ ବନ୍ଧ ଉପରେ ସୁଇଜ୍ ଗେଟ୍ ଓ ଯାଜପୁର ଜଳ ବିକାଶ ବିଭାଜନ ଅଧ
ବିଧାୟକଙ୍କ ଦ୍ୱାରା ଭିତିପ୍ରସ୍ତର ସ୍ଥାପନ


ଧର୍ମଶାଳା,୧୮ନଭେମ୍ବର(ହି.ସ.) - ସରକାର ପରିବର୍ତନ ପରେ ଏବେ ସ୍ଥାନୀୟ ଲୋକଙ୍କ ସମସ୍ୟା ଉପରେ ଗୁରୁତ୍ୱ ଦିଆ ଯାଉଛି । ଏହି କ୍ରମରେ ମଙ୍ଗଳବାର ଦିନ ଜାରକା ଜଳସମ୍ପଦ ବିଭାଗ ଅଧିନରେ ଥିବା ଶ୍ରାବନ୍ତପୁରଠାରୁ ଖଣ୍ଡିତର ଖରସୁଆଁ ଦକ୍ଷିଣ ପଟ ନଦୀ ବନ୍ଧ ଉପରେ ସୁଇଜ୍ ଗେଟ୍ ଓ ଯାଜପୁର ଜଳ ବିକାଶ ବିଭାଜନ ଅଧିନରେ ଥିବା ଛିଣ୍ଡାଖରସୁଆଁର ପୁନଃରୁଦ୍ଧାର ଭିତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କୋରାଇ ବିଧାୟକ ଆକାଶଦାସ ନାୟକ ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଅତିଥିଭାବେ ଯୋଗ ଦେଇ ଶିଳାନ୍ୟାସ କରିଥିଲେ । ଫଳରେ ସ୍ଥାନୀୟ ଅଂଚଳର ଲୋକଙ୍କ ସମସ୍ୟା ଦୂର ହେବ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଲୋକେ ପ୍ରତିନିଧି ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande