
ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- କଣ୍ଠଶିଳ୍ପୀ
ହ୍ୟୁମାନ ସାଗରଙ୍କ ବିୟୋଗରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଶୋକ ପ୍ରକାଶ କରିଛନ୍ତି
। ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ଲୋକପ୍ରିୟ
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର
ବିୟୋଗ ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଭଗବାନଙ୍କ ନିକଟରେ ତାଙ୍କ ଅମର ଆତ୍ମାର
ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପ୍ରିୟଜନଙ୍କ ପ୍ରତି ସମବେଦନା ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା