
ଗୌତମବୁଦ୍ଧନଗର, 18 ନଭେମ୍ବର (ହି.ସ.)- ନୋଏଡା ବିକାଶ ପ୍ରାଧିକରଣ ଅଗାହପୁର ଗାଁରୁ ଭଙ୍ଗେଲ୍
ଗାଁ ପର୍ଯ୍ୟନ୍ତ ପ୍ରସ୍ତୁତ 5.5 କିଲୋମିଟର ଲମ୍ବା ଏଲିଭେଟେଡ୍ ରୋଡକୁ ଆଜିଠାରୁ ଏକ ସପ୍ତାହ
ପାଇଁ ଟ୍ରାଏଲ୍ ରୂପେ ଖୋଲିଦେଇଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରାୟ 3 ମାସ ଧରି
ତିଆରି ହୋଇଥିବା ଏହି ସଡ଼କକୁ ପ୍ରାଧିକରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରାଇବା ପାଇଁ
ଏଯାବତ୍ ଖୋଲିନଥିଲା। ଆଜି ଭାରତୀୟ କିଷାନ ୟୁନିୟନ୍ (ଲୋକ ଶକ୍ତି)ଙ୍କ ନେତାମାନେ ଆହ୍ୱାନ କରିଥିଲେ ଯେ
ଏଲିଭେଟେଡ୍ ରୋଡକୁ ଖୋଲାଯିବ। କିଷାନ ନେତାମାନଙ୍କ ଘୋଷଣା ପରେ ପୁଲିସ, ଜିଲ୍ଲା ପ୍ରଶାସନ ଓ
ପ୍ରାଧିକରଣର ଅଧିକାରୀମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ସକାଳୁ ପୁଲିସ କିସାନ ନେତାମାନଙ୍କ
ଘରକୁ ଘେରା ଦେଇ ସେମାନଙ୍କୁ ଘରେ ହିଁ ନଜରବନ୍ଦ କରିଛି।
ଏକ ସପ୍ତାହ ପାଇଁ ଟ୍ରାଏଲ୍ ରୂପେ ସଡ଼କ ଖୋଲିବା ପରେ କିଷାନ
ନେତାମାନେ ମଧ୍ୟ ନିଜର କାର୍ଯ୍ୟକ୍ରମ ପ୍ରାତ୍ୟାହାର କରିଛନ୍ତି । ପୁଲିସ ଡେପୁଟି କମିଶନର, ଜୋନ୍ ପ୍ରଥମ, ଯମୁନା ପ୍ରସାଦ
କହିଛନ୍ତି ଯେ ଚାଷୀ ନେତାମାନେ ଆଜି ଏଲିଭେଟେଡ୍ ରୋଡକୁ ଜବରଦସ୍ତି ଖୋଲିବାର ଘୋଷଣା କରିଥିଲେ।
ଆଇନ ଏବଂ ବ୍ୟବସ୍ଥାର ଦୃଷ୍ଟିରୁ ଏଲିଭେଟେଡ୍ ରୋଡ଼ରେ ପୁଲିସ ବଳ ମୁତୟନ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା