
ଭୁବନେଶ୍ବର, 18 ନଭେମ୍ବର (ହି.ସ.)- ୨ ଦିନିଆ ଜିଲ୍ଲାପାଳ ଓ ଏସ୍ପି ସମ୍ମିଳନୀ ଉଦ୍ଘାଟିତ ହୋଇଛି
। ଲୋକସେବା ଭବନ କନ୍ଭେନସନ୍ ସେଣ୍ଟରରେ ଉଦ୍ଘାଟିତ ହୋଇଛି ସମ୍ମିଳନୀ । ସମ୍ମିଳନୀକୁ ଉଦ୍ଘାଟନ
କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଆପଣମାନେ
ତୃଣମୂଳସ୍ତରର ସରକାରୀ ପ୍ରତିନିଧି । ସରକାରୀ ଯୋଜନାର ସଫଳ ରୂପାୟନ ଆପଣଙ୍କର ଦାୟିତ୍ବ । ଆମ
ସରକାରକୁ ୫୨୪ ଦିନ ପୂରିଛି, ପ୍ରାୟ ସବୁ ଜିଲ୍ଲା ଗସ୍ତ କରିଛି । କଟକ ଜିଲ୍ଲାକୁ
ସର୍ବାଧିକ ୩୨, କେନ୍ଦୁଝର ଜିଲ୍ଲାକୁ ୩୨ ଥର ଯାଇଛି । ୨୦୩୬ ସମୃଦ୍ଧ ଓଡ଼ିଶା ଓ ୨୦୪୭
ବିକଶିତ ଭାରତ ଆମର ଲକ୍ଷ୍ୟ । ୨୦୩୬ ସୁଦ୍ଧା ଶ୍ରେଷ୍ଠ ୫ ରାଜ୍ୟରେ ଓଡ଼ିଶାକୁ ରଖିବାକୁ ଲକ୍ଷ୍ୟ
ରଖିଛୁ । ଏଥିପାଇଁ ଅନେକ ଆହ୍ବାନ ରହିଛି, ସମ୍ମୁଖୀନ ହେବାକୁ
ପଡ଼ିବ । ପ୍ରଥମ ବର୍ଷରୁ ଯୋଜନା କରିଛୁ, ଉତ୍କର୍ଷ ଓଡ଼ିଶା
କନକ୍ଲେଭ୍ ଆୟୋଜନ କରିଥିଲୁ । ୨୨ ଲକ୍ଷ କୋଟିର ପ୍ରସ୍ତାବ ଆସିଥିଲା ଯାହାକି ବଡ଼ ସଫଳତା ।
ଜିଲ୍ଲାପାଳ ସମ୍ମିଳନୀରେ , ଉପନିବେଶ ମାନସିକତା ପରିବର୍ତ୍ତନ
କରିବାକୁ କହିଛନ୍ତି ମୁଖ୍ୟ ସଚିବ । ସରକାରୀ ଅଫିସକୁ ଆସୁଥିବା ଲୋକଙ୍କୁ ସମ୍ମାନ ଦିଅ । ଅଧିକ
ଫିଲ୍ଡ ଭିଜିଟ କରି ସମୀକ୍ଷା କର, ଅଧିକ ଲୋକଙ୍କ ସହ ମିଶ । ବିଭାଗ
ବିଭାଗ ଭିତରେ ସମନ୍ୱୟ ଅଭାବ ଯୋଗୁଁ କାମ ବିଳମ୍ବ ହେଉଛି । ଆମ ନେତୃତ୍ୱଙ୍କ ଆଶା ରହିଛି
ପ୍ରଶାସନିକ କଳ ଆହୁରି ଭଲ ହୋଇପାରିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସବୁ କାମ
ଆଉଟଷ୍ଟାଣ୍ଡିଙ୍ଗ୍ ହେବା ଦରକାର ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା