
ଭୁବନେଶ୍ୱର, 18 ନଭେମ୍ବର (ହି.ସ.)- ଜିଲ୍ଲାପାଳ ସମ୍ମିଳନୀରେ ଦୁର୍ନୀତି ନେଇ କ୍ଷୋଭ ପ୍ରକାଶ
କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମିଡିଲ୍ ମ୍ୟାନ୍ ସିଷ୍ଟମ ହଟିବା ଦରକାର ବୋଲି
ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ସରକାରୀ କାର୍ଯ୍ୟାଳୟ ଦଲାଲ ମୁକ୍ତ ହେବା ଦରକାର । ସରକାରଙ୍କ
ଲକ୍ଷ୍ୟ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ ଶାସନ ହେବା ଦରକାର ।ଆଖି କାନ ଖୋଲା ରଖ, ନାକ ତଳେ କଣ ହେଉଛି
ଖବର ରଖ । ଭିଜିଲାନ୍ସ ଧରିବା ପୂର୍ବରୁ ଆପଣ ମାନେ ଧରନ୍ତୁ । ଆଜିର କାମକୁ କାଲି ପର୍ଯ୍ୟନ୍ତ
ନରଖିବାକୁ ପରାମର୍ଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା