ଟ୍ରକ୍ ଧକ୍କାରେ ଯୁବ ପଲସର ଚାଳକ ମୃତ : ପୁଲିସର ତଦନ୍ତ ଜାରି
ଧର୍ମଶାଳା, ୧୮ ନଭେମ୍ବର(ହି.ସ.) – ଶୂନ ମୃତ୍ୟୁ ପାଇ ସରକାର ଓ ସଡକ ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଯାଜପୁରା ଜିଲା ଚଣ୍ଡିଖୋଲ-ଡୁବରୀ ୫୩ ନମ୍ବର ଜାତୀୟ ରାଜପଥ ପାଖର
ଟ୍ରକ୍ ଧକ୍କାରେ ଯୁବ ପଲସର ଚାଳକ ମୃତ : ପୁଲିସର ତଦନ୍ତ ଜାରି


ଧର୍ମଶାଳା, ୧୮ ନଭେମ୍ବର(ହି.ସ.) – ଶୂନ ମୃତ୍ୟୁ ପାଇ ସରକାର ଓ ସଡକ ପରିବହନ ବିଭାଗ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଯାଜପୁରା ଜିଲା ଚଣ୍ଡିଖୋଲ-ଡୁବରୀ ୫୩ ନମ୍ବର ଜାତୀୟ ରାଜପଥ ପାଖର ନିକଟରେ। ଅକାଳରେ ଚାଲି ଗଲା ଯୁବ ପଲସର ଚାଲକଙ୍କ ଜୀବନ। ମୃତ ଯୁବକ ଜଣକ ହେଲେ ସୁକିନ୍ଦା ଥାନା ଅନ୍ତର୍ଗତ ଲମ୍ବୋ ଗ୍ରାମର ବିଷ୍ଣୁ ପ୍ରଧାନଙ୍କ ପୁଅ ବିଜୟ ବୋଲି ଜଣାପଡିଛି। ବିଜୟ ଭୁବନେଶ୍ୱରକୁ କୌଣସି ଏକ ପରୀକ୍ଷା ଦେବାକୁ କଳା ରଂଗର ପଲିସ ନେଇ ଯାଉଥିବା ସମୟରେ ପାଖର ନିକଟରେ ବିପାରି ଦିଗରୁ ଆସୁଥିବା ଏକ ରଡ ବୋଝେଇ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା। ଧର୍ମଶାଳା ପୁଲିସ ଖବର ପାଇ ଦୁର୍ଘଟଣାଗସ୍ତ ଗାଡି ଦୁଇଟିକୁ ଜବତ କରିବା ସହ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande