
ଧର୍ମଶାଳା,୧୯ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳାସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମରେ ଚଳିତ ବର୍ଷ ଓଡିଶା ଦୃଷ୍ଟି ବାଧିତ କ୍ରିକେଟ୍ ଆସୋସିଏସନ ଅନୁକୂଲ୍ୟରେ ୧୦ ତମ ରାଜ୍ୟ ସ୍ତରୀୟ ଦୃଷ୍ଟି ବାଧିତ କ୍ରିକେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏନେଇ ଆଜିଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି । ଧର୍ମଶାଳା ଷ୍ଟ୍ରଡିୟମ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଟ୍ରଫି ଉନ୍ମୋଚିତ ହୋଇଯାଇଛି । ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା ଯୋଗ ଦେଇ ଆନୁଷ୍ଠାନିକଭାବେ ଟ୍ରଫିକୁ ଅନାବରଣ କରିବା ସହିତ ବ୍ୟାଟିଂ କରି ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆୟୋଜକ ପକ୍ଷରୁ ସୂଚନା ଦିଆ ଯାଇଛି । ପ୍ରତିଯୋଗିତାରେ ରାଜ୍ୟର ବଛାବଛା ୧୬ଟି ଦଳ ଅଂଶ ଗ୍ରହଣ କରିବେ । କଟକ,ବରଗଡ,ଅନୁଗୁଳ,ବାଲେଶ୍ୱର,ଭଦ୍ରକ,କେନ୍ଦୁଝର,ସମ୍ବଲପୁର,ମୟୁରଭଞ୍ଜ,ଯାଜପୁର ଓ ଭୁବନେଶ୍ୱର ଆଦି ଟିମ୍ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ଟିମ୍ରେ ମଧ୍ୟ ୮ଜଣ ଆନ୍ତଃର୍ଜାତୀୟ ସ୍ତରର ଖେଳାଳି ଭାଗ ନେଇଛନ୍ତି । ପ୍ରଥମ ଥର ଦିବାରାତ୍ରରେ ମ୍ୟାଚ ଖେଳା ଯିବ । ଭଲ ପ୍ରଦର୍ଶନ କରିବା ଖେଳାଳିଙ୍କୁ ରାଜ୍ୟ ସ୍ତରୀୟ ଟିମରେ ସାମିଲ କରାଯିବ । ଯାହାକି ଜାତୀୟ ପ୍ରତିଯୋଗିତାରେ ନାଗେଶ ଟ୍ରଫିରେ ଓଡିଶା ପାଇଁ ପ୍ରତିନିଧିତ୍ୱ କରିବେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ