ଡିସେମ୍ବର ୧୩ ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ନିମନ୍ତେ ପ୍ରସ୍ତୁତି ବୈଠକ
ନୂଆପଡ଼ା,୧୯ ନଭେମ୍ବର (ହି.ସ.)- ଜାତୀୟ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡା ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆସନ୍ତା ଡିସେମ୍ବର ୧୩ ତାରିଖ ଶନିବାର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ
ଡିସେମ୍ବର ୧୩ ରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ନିମନ୍ତେ ପ୍ରସ୍ତୁତି ବୈଠକ


ନୂଆପଡ଼ା,୧୯ ନଭେମ୍ବର (ହି.ସ.)- ଜାତୀୟ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡା ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଆସନ୍ତା ଡିସେମ୍ବର ୧୩ ତାରିଖ ଶନିବାର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ନୂଆପଡା ଜିଲ୍ଲା କୋର୍ଟ ସମେତ କୋମନା, ଖଡ଼ିଆଳ, ସିନାପାଲି ଓ ବୋଡ଼େନ କୋର୍ଟରେ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମକଦ୍ଦମା ତଥା ଦେୱାନୀ, ଫୌଜଦାରୀ, ମୋଟର ଦୂର୍ଘଟଣାଜନିତ କ୍ଷତିପୂରଣ, ବୈବାହିକ ବିବାଦ (ଛାଡ଼ପତ୍ର ବାଦଦେଇ), ଜମି ଅଧିଗ୍ରହଣ, ବିଦ୍ୟୁତ ଓ ଜଳ ଯୋଗାଣ ବିଲ୍ ଦେୟ ଜନିତ ବିବାଦ, ବ୍ୟାଙ୍କ ଋଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ପ୍ରାକ୍-ମକଦ୍ଦମା ସ୍ତରୀୟ ତଥା ବ୍ୟାଙ୍କ ଋଣ ବିବାଦ, ରାଜସ୍ବ ଓ ଅନ୍ଯାନ୍ଯ ଦେୱାନି, ଫୌଜଦାରୀ ମକଦ୍ଦମା ଗୁଡ଼ିକର ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ। ମକଦ୍ଦମା ଓ ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ଦେବାକୁ ପଡ଼େ ନାହିଁ । ଲୋକ ଅଦାଲତଙ୍କ ରାୟ ବୈଧ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ହୋଇଥାଏ । ସବିଶେଷ ବିବରଣୀ ନିମନ୍ତେ ନୂଆପଡ଼ା ଜିଲ୍ଲା ଆଇନ ସେବା କାର୍ଯ୍ଯାଳୟର ହେଲ୍ପଲାଇନ୍ ନମ୍ବର ୦୬୬୭୮-୨୨୫୩୩୬ ଏବଂ ଟୋଲ ଫ୍ରି ନମ୍ବର ୧୫୧୦୦ ସହିତ ତୁରନ୍ତ ଯୋଗାଯୋଗ କରିବାକୁ ସଚିବ ନବନୀତା ଦାଶ ସୂଚନା ଦେଇଛନ୍ତି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତର ସଫଳ ସମ୍ପାଦନା ପାଇଁ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯକାରୀ ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାଜଜ୍ ସୁନୀଲ କୁମାର ଦାସ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ବରିଷ୍ଠ ଦେୱାନି ଜଜ୍ ସୂର୍ଯ୍ୟକାନ୍ତ ଆଚାର୍ଯ୍ଯ, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ରେଜିଷ୍ଟ୍ରାର ସୌଭାଗ୍ଯ ରଞ୍ଜନ ପ୍ରଧାନ, ଉପ-ଖଣ୍ଡ ବିଚାର ବିଭାଗୀୟ ଅଧିକାରୀ ସ୍ନାତକୀ ଦାଶ, ସରକାରୀ ଓକିଲ ତ୍ରୀଲୋକଚନ୍ଦ ସୋନୀ, ଜିଲ୍ଲା ଓକିଲ ସଂଘ ସଭାପତି କ୍ଷୀତିସ ବୋଧନକର, ଉପସଭାପତି ପ୍ରକାଶ ସ୍ୱାଇଁ, ସଚିବ ପ୍ୟାରିଲାଲ ଦେୱାଙ୍ଗନ, ଜିଲ୍ଲା ସିଭିଲ ବାର ସଚିବ ଦେବଦତ୍ତ ଦୀକ୍ଷିତ, ଅନ୍ୟ ଓକିଲଗଣ, ଜାତୀୟ ସରକାରୀ ଏବଂ ବେସରକାରୀ ବ୍ୟାଙ୍କଗୁଡ଼ିକ ପ୍ରବନ୍ଧକଗଣ ଉପସ୍ଥିତ ହୋଇ ଆଗାମି ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତର ସଫଳ ସମ୍ପାଦନା ପାଇଁ ରୂପରେଖ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର କାର୍ଯକାରୀ ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କଙ୍କୁ ଅଧିକରୁ ଅଧିକ ପ୍ରାକ୍-ମକଦ୍ଦମାସ୍ତରୀୟ ବ୍ୟାଙ୍କ ଋଣ ମାମଲାଗୁଡ଼ିକର ରାଷ୍ଟ୍ରୀୟ ଲୋକ ଅଦାଲତରେ ସମାଧାନ କରିବାକୁ ଆହ୍ବାନ କରିଥିଲେ । ସେହିପରି ସଚିବ ସୁଶ୍ରୀ ଦାଶ ଆସନ୍ତା ଡିସେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରୀୟ ଲୋକ ଅଦାଲତରେ ଆପୋଷ ବୁଝାମଣ ଓ ସରଳ ଉପାୟରେ ନିଜ ନିଜର ମାମଲାର ସମାଧାନ ପାଇଁ ଆହ୍ବାନ କରିଥିଲେ । ସବିଶେଷ ବିବରଣୀ ନିମନ୍ତେ ନୂଆପଡ଼ା ଜିଲ୍ଲା ଆଇନ ସେବା କାର୍ଯ୍ଯାଳୟ ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande