
କେନ୍ଦୁଝର, 19 ନଭେମ୍ବର (ହି.ସ.)ଓଡ଼ିଶା ସରକାରଙ୍କ ଦ୍ବାରା ଫ୍ୟାକ୍ଟି ଆକ୍ସ୍ ଅଧିନୀୟମ ଧାରା ୫୧ ଓ ୫୪କୁ ସଂଶୋଧନ କରି ଶ୍ରମିକମାନଙ୍କର ଦୈନିକ କାର୍ଯ୍ୟ ଦିବସ ୮ ଘଣ୍ଟା ପରିବର୍ତ୍ତେ ୧୦ ଘଣ୍ଟାକୁ ବୃଦ୍ଧି କରିବା ସହିତ ମାସିକ ଓଭର ଟାଇମ କାର୍ଯ୍ୟ ୧୧୫ ୧୫ ଘଣ୍ଟାରୁ ୧୪୪ ଘଣ୍ଟାକୁ ବୃଦ୍ଧି କରିଛନ୍ତି। ଏହା ସହିତ ମହିଳାମାନଙ୍କୁ ରାତ୍ରୀ ସିଫ୍ଟରେ କାମ କରିବାର ଅନୁମତି ଦିଆଯାଇଛି। ରାଜ୍ୟସରକ ସରକାରଙ୍କ ଏହି ଶ୍ରମବିରୋଧୀ ନିଷ୍କୃତି ତ୍ୟାହାର ପାଇଁ ରାଜ୍ୟବ୍ୟାପି ଆନ୍ଦୋଳନର ଡାକରା ଦିଆଯାଇଛି। ସୂଚନା ଯୋଗ୍ୟ ଯେ, ଶହ ଶହ ବର୍ଷର ଦୁର୍ବାର ଶ୍ରମିକ ଆନ୍ଦୋଳନର ଫଳସ୍ବରୂପ ସମଗ୍ର ଦେଶରେ ଶ୍ରମିକ ମାନେ ଦୈନିକ ୮ ଘଣ୍ଟା କାମ କରିବା ବାର ଅଧୂକାର ପାଇ ଆସିଛନ୍ତି। ଅଦ୍ୟାବଧୂ ଗୋଟିଏ ବି ଗଣତାନ୍ତ୍ରିକ ରାଷ୍ଟ୍ର ଏହି ନିୟମକୁ ପରିବର୍ତ୍ତନ କରିବାକୁ ସାହସ କରୁନାହାନ୍ତି। କଷ୍ଟଲ କଷ୍ଟଲବ୍ଧ ଶ୍ରମ ଅଧୂକାରର ଉଲଂଘନ ଦଶନ୍ଧି ଦଶନ୍ଧି ଧରି ସଂଗ୍ରାମ ର ଫଳସ୍ବରୂପ ଓ ବହୁ ପରୀକ୍ଷା ନିରୀକ୍ଷା ଓ ବୈଜ୍ଞାନିକ ତଥ୍ୟ ସମ୍ବଳିତ ମାନଦଣ୍ଡ ଅନୁସାରେ ଦୈନିକ ୮ ଘଣ୍ଟା କାର୍ଯ୍ୟ କରିବା ୮ ଘଣ୍ଟା ବିଶ୍ରାମ ନେବା ଓ ୮ ଘଣ୍ଟା ପରିବାର ଓ ନିଜ ପାଇଁ ସମୟ ସ୍ଥିର ହୋଇଛି। ଛି। ଏହି ดิฉุก ଯଦି ପରିବର୍ତ୍ତ ର୍ତ୍ତନ ହେବ ତାହାହେଲେ ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମ୍ମୁଖୂନ ହେବେ ବୋଲି ବହୁ ଗବେଷଣରୁ ଜଣାଯାଇଛି। ଦୈନିକ ୮ ଘଣ୍ଟାରୁ ଅଧିକ ସମୟ କାମ କଲେ ବୃତ୍ତିଗତ ସମସ୍ୟା ସହିତ ଶରୀରକୁ ରୋଗ ଓ ମାନସିକ ଚାପର ଶିକାର ହେବାକୁ ପଡିବ। କମ୍ପାନୀମାନେ ଦୈନିକ ୩ ସିଫ୍ଟ ରେ ୨ ସିଫ୍ଟ କାମ କରାଇବେ ଓ ସମସ୍ତ କାରଖାନା ଓ ଶିଳ୍ପରେ ଗୋଟିଏ ସିଫ୍ଟର ଶ୍ରମିକ ଛଟେଇ ହେବେ ଓ ଦେଶରେ ବେକାର ସଂଖ୍ୟା ବଢ଼ି ବଢ଼ି ଚାଲିବ। କାର୍ଯ୍ୟ ସମୟ ବୃଦ୍ଧି ହେଲେ ଶ୍ରମିକ ମାନେ ନିଜ ପରିବାର ପିଲାଙ୍କ ଶିକ୍ଷା ଓ ସାମାଜିକ କାର୍ଯ୍ୟରେ ଭାଗ ନେବାକୁ ବଞ୍ଚିତ ହେବେ। ଜିଲ୍ଲା ତଥା ରାଜ୍ୟ ଶ୍ରମିକମାନଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଏହି ଶ୍ରମିକ ବିରୋଧୀ ନିଷ୍ପତ୍ତ ପ୍ରତ୍ୟାହାର ଦାବିରେ ଜିଲ୍ଲା ମଅଧୂକାରୀଙ୍କ ମୁଖ୍ୟ ଫାଟକ ସମୁଖରେ ଏଆଇଟିୟୁସି ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଏହି ବିକ୍ଷୋଭ ପ୍ରଦର୍ଶନ କରି ସମାବେଶରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ମହେଶ୍ବର ରାଉତ ବିକ୍ଷୋଭକୁ ସମ୍ବୋଧନ କରି ତୁରନ୍ତ ଏହି ଶ୍ରମିକ ବିରୋଧୀ ନିଷ୍ପତ୍ତ ପ୍ରତ୍ୟାହାର ନହେଲେ ସମଗ୍ର ଜିଲ୍ଲାରେ ବ୍ୟାପକ ଆନ୍ଦୋଳନ ହେବା ସହ କାରଖାନା ଓ ଖଣିରୁ ପରିବହନ ବନ୍ଦ କରାଯିବ ବୋଲି କଡା ଚେତାବନୀ ଦେଇଥିଲେ। ଜିଲ୍ଲାଉପସାଧାରଣ ସମ୍ପାଦକ କପିଳ ମହାନ୍ତି, ଶ୍ରମିକ ନେତା ଶ୍ରୀ ହରି ଘଣା, କାହ୍ନୁ ଚରଣ ସାମଲ ହୃଦା ପାତ୍ର, ରାଜାରାମ ମୁଣ୍ଡା, ବିରଞ୍ଚି ଦେହୁରୀ, ମାର୍କଣ୍ଡ ଦେହୁରୀ, ଖଗେଶ୍ବର ମହାନ୍ତି ପ୍ରମୁଖ ବିକ୍ଷୋଭରେ ନିଜ ନିଜର ମତବକ୍ତବ୍ୟ ପ୍ରଦାନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA