ଏକତା ଯାତ୍ରାରେ ସାମିଲ ହେଲେ ସାଂସଦ ଅନନ୍ତ ନାୟକ
କେନ୍ଦୁଝର, 19 ନଭେମ୍ବର (ହି.ସ.) ସର୍ଦ୍ଦାର ବଲ୍ଲଭଭାଇପଟେଲଙ୍କ 150ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦୁଝର ଜିଲ୍ଲା, ଚମ୍ପୁଆ ଉପଖଣ୍ଡର ଚମ୍ପୁଆ କଲେଜ ଠାରୁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ଏକତା ଯାତ୍ରା (ପଦଯାତ୍ରା) ଅନୁଷ୍ଠିତ ହୋଇଯାଇଛି। ଏହାକୁ ସାଂସଦ ଅନନ୍ତ ନାୟକ ଉଦଘାଟନ କରିଥିବା ବେଳେ ପଦଯ
ଏକତା ଯାତ୍ରାରେ ସାମିଲ ହେଲେ ସାଂସଦ ଅନନ୍ତ ନାୟକ


କେନ୍ଦୁଝର, 19 ନଭେମ୍ବର (ହି.ସ.) ସର୍ଦ୍ଦାର ବଲ୍ଲଭଭାଇପଟେଲଙ୍କ 150ତମ ଜନ୍ମ ଜୟନ୍ତୀ ଅବସରରେ କେନ୍ଦୁଝର ଜିଲ୍ଲା, ଚମ୍ପୁଆ ଉପଖଣ୍ଡର ଚମ୍ପୁଆ କଲେଜ ଠାରୁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ଏକତା ଯାତ୍ରା (ପଦଯାତ୍ରା) ଅନୁଷ୍ଠିତ ହୋଇଯାଇଛି। ଏହାକୁ ସାଂସଦ ଅନନ୍ତ ନାୟକ ଉଦଘାଟନ କରିଥିବା ବେଳେ ପଦଯାତ୍ରାରେ ସାମିଲ ହୋଇଥିଲେ।

ଏଥିରେ ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀ, ବିଭିନ୍ନ ସଙ୍ଗଠନର ସମାଜସେବୀ, ବୁଦ୍ଧିଜୀବୀ ଏବଂ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ। ଏହି ଅବସରରେ ଆୟୋଜିତ ସଭାରେ ସାଂସଦ ଅନନ୍ତ ନାୟକ ଯୋଗଦେଇ

ଜାତିର ଏକତା, ସମତା ଓ ଶକ୍ତିର ପ୍ରତୀକ ସର୍ଦ୍ଦାର ପଟେଲଙ୍କ ପ୍ରତି ଏହା ଆମର ଶ୍ରଦ୍ଧାଞ୍ଜଳି ବୋଲି ପ୍ରକାଶ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande