
ଭଦ୍ରକ, ୧୯ ନଭେମ୍ବର (ହି.ସ.) - ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଥିଲେ ପ୍ରକୃତରେ ଝଡ଼ର ଇଗଲ ଏବଂ ଦୁଃସାହସ ଥିଲା ତାଙ୍କ ବ୍ୟକ୍ତିତ୍ୱର ଭୂଷଣ । ଓଡ଼ିଶା ରାଜନୀତି ଆକାଶରେ ଉଦୀୟମାନ ସୂର୍ଯ୍ୟ ଭାବେ ସେ ପ୍ରତିଭାତ ହୋଇ କେବଳ ଓଡ଼ିଶା ରାଜନୀତି ନୁହେଁ ଜାତୀୟ ରାଜନୀତିକୁ ବେଶ ପ୍ରଭାବିତ କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଭାବେ ଭୂମିପୁତ୍ର ବିଜୁବାବୁ ଯେଉଁ କୀର୍ତିର ସ୍ୱାକ୍ଷର ଆଙ୍କିଛନ୍ତି ତାହା ଓଡ଼ିଶା ରାଜନୀତି ଇତିହାସରେ ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି ଉତ୍କଳ ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ଦଶମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ଦଶମ ସଂନ୍ଧ୍ୟାକୁ ଜନନାୟକ ହୃଦାନନ୍ଦ ମଲ୍ଲିକଙ୍କ ସ୍ମତିରେ ଉତ୍ସର୍ଗୀକୃତ କରାଯାଇଥିଲା ଏବଂ ' ଓଡ଼ିଶା ରାଜନୀତିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ' ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ। ହୋତ୍ସବର ସଭାପତି ଇଂ. ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲ।ଓ.ଏସ୍.ଭି. ଟ୍ରଷ୍ଟର ସଭାପତି ଗୀତିକାର ମଙ୍ଗୁଲୁ କୁମାର ଦାସ ମୁଖ୍ୟ ବକ୍ତା, ଡାକ୍ତର ନବକିଶୋର ଶତପଥୀ, ଉତ୍କଳ ଭାରତୀ ବିଦୁଷ ସଭା ଅଧ୍ୟକ୍ଷ କଣ୍ଡୁରୀ ଚରଣ ନାୟକ, ବିଦ୍ୟାର୍ଥୀ ଗ୍ରୁପସ ଅଫ୍ ଇନଷ୍ଟିଚ୍ୟୁସନ୍ ର ଅଧ୍ୟକ୍ଷ ସୁନୀଲ କୁମାର ପାଢ଼ୀ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଯାଦବ, ଶିକ୍ଷୟିତ୍ରୀ ତଥା କବୟିତ୍ରୀ ମନୋରମା ରାୟ, ଭୂମି କନ୍ୟା ମହିଳା ସଂଗଠନର ସମ୍ପାଦିକା ତଥା କବୟିତ୍ରୀ ଦମୟନ୍ତୀ ରାଉତ ବରେଣ୍ୟ ଅତିଥ ଭାବେ ଯୋଗଦେଇଥିଲ। ମହୋତ୍ସବର ସମ୍ପାଦକ ରବି ନାରାୟଣ ଖିଲାର ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଆବାହକ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ଦେଇଥିଲେ। ସାଂସ୍କୃତିକ ସମ୍ପାଦକ ରାମନାରାୟଣ ମହାନ୍ତି ଓ ମମତା ବଳ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।ଏ ବଂ ମହୋତ୍ସବ ସହ ସମ୍ପାଦିକା ସଂଯୁକ୍ତା ବଳନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବ କାର୍ଯ୍ୟକ୍ରମକୁ ନାଟ୍ୟଶ୍ରୀ ନିର୍ମଳ ରାଉତ, କବି ନାରାୟଣ ପାଢ଼ୀ, ମିଡ଼ିଆ ସେଲ୍ ଅଧ୍ୟକ୍ଷ ପ୍ରମୋଦ କୁମାର ରାୟ, ଅଞ୍ଜୁବାଳା ରାଉତ, ଅଧ୍ୟାପକ ନାଶିର ବକ୍ସ ପ୍ରମୁଖ ପରିଚାଳନା କରିଥିଲେ। ଏହି ସନ୍ଧ୍ୟାରେ ଆ.ର୍ଡି.ଏସ୍. ଡ୍ୟାନ୍ସ ଗ୍ରୁପ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ