
ଭଦ୍ରକ, ୧୯ ନଭେମ୍ବର (ହି.ସ.) - ଏହି ଜିଲାର ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଅନୁଷ୍ଟିତ ହୋଇ ଯାଇଛି।ସାଂସଦ ପ୍ରତିନିଧି ସରୋଜ ମହାପାତ୍ର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଘାଟିତ ସଭାରେ ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ସାଂସଦ ପ୍ରତିନିଧି ମନୋଜ ରଞ୍ଜନ ମଲିକ,ମନ୍ତ୍ରୀ ଙ୍କ ପ୍ରତିନିଧି ଅଶୋକ ପୁହାଣ, କୈଳାସ ମହାପାତ୍ର, ଜିଲ୍ଲା ପରିଷଦ ଉପାଧକ୍ଷା ଟୁନିବାଳା ବିଶ୍ୱାଳ,ଏନ ଏସି ଅଧକ୍ଷା ନିବେଦିତା ଜେନା,ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ମଲିକ, ଦୋବଲ ଜିଲ୍ଲାପରିଷଦ ପ୍ରତିନିଧି ପ୍ରତାପ ସାମଲ,ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ,ବିଡ଼ିଓ ବନ ବିହାରୀ ଦିଣ୍ଡା, ଏବିଡିଓ ଶର୍ମିଷ୍ଠା ମଲିକ, ପ୍ରମୁଖ ଯୋଗଦେଇଥିଲେ। ଆୟୋଜିତ ଶିବିରରେ ବିଭିନ୍ନ ଅଂଚଳର ୬୮୭ଜଣ ଦିବ୍ୟାଙ୍ଗ ପଞ୍ଜୀକରଣ କରିଥିଲେ। ଶାରୀରିକ ଭିନ୍ନକ୍ଷମ ୨୫୫, ଶ୍ରବଣ ବାଧିତ ୧୧୮,ମତିଷ୍କ ପକ୍ଷାଘାତ ୧୫୬, ଚକ୍ଷୁ ବାଧିତ ୧୧୧ ଏବଂ ୦ ରୁ ୧୪ବର୍ଷ ବୟସ ର ସମସ୍ତ ବାଧିତ ପର୍ଯ୍ୟନ୍ତ ୪୭ ଜଣ ଦିବ୍ୟାଙ୍ଗ ଙ୍କୁ ଡାକ୍ତର ମାନଙ୍କ ଦ୍ୱାରା ପରୀକ୍ଷା ନିରୀକ୍ଷା କରାଯାଇଥିଲା। ପରେ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଜଣାଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଯଶୋଦା ରାଣୀ ସାହୁ ଓ ସ୍ୱେଚ୍ଛାସେବୀ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।ଚିହ୍ନଟ ଶିବିର ସ୍ଥାନ ରେ ଆବଶ୍ୟକ ଟେଂଟ ନଥିବାରୁ ପଞ୍ଜିକରଣ ସ୍ଥାନ ରେ ପ୍ରବଳ ଭିଡ଼ ଯୋଗୁ ଦିବ୍ୟାଙ୍ଗମାନେ ଖରାରେ ଅସନ୍ତୋଷ ହେଉଥିଲେ।ତେବେ ସାମାଜିକ ଅଧିକାରିଣୀ ଙ୍କ ଦୂରଦୃଷ୍ଟି ଅଭାବରୁ ଶିବିର କୁ ଆସିଥିବା ଭିନ୍ନକ୍ଷମ ମାନେ ନାନାଦି ହଇରାଣରେ ସମ୍ମୁଖୀନ ହୋଇଥିଲେ । ହାଇସ୍କୁଲ ପରିସର ରେ ବ୍ୟାପକ ସ୍ଥାନ ଥିଲେମଧ୍ୟ ଶିବିର କୁ ଆସିଥିବା ଲୋକମାନେ ଖାଇବା ପାଇଁ ରାସ୍ତା ପାର ହୋଇ ଷ୍ଟାଡିୟମ୍ କୁ ଯାଇ ଥିଲେ। ସେଥିମଧ୍ୟରୁ କିଛି ଲୋକ ଜାଣି ପାରୁନଥିବାରୁ ଖାଇବାରୁ ବଂଚିତ ହୋଇ ଥିଲେ । ଶିବିର ସ୍ଥଳରେ ପାନୀୟ ଜଳ ମଧ୍ୟ ମହଜୁଦ ନଥିଲା ବୋଲି ଶିବିର କୁ ଆସିଥିବା ଲୋକ ମାନେ କହିଛନ୍ତି। ଅପର ପକ୍ଷେ ପ୍ରଚାର ପ୍ରସାର ଠିକ୍ ଭାବରେ କରାଯାଇ ନଥିବାରୁ ଅନେକ ଭିନ୍ନକ୍ଷମ ବ୍ୟକ୍ତି ଏହି ସୁଯୋଗରେ ସାମିଲ ହୋଇ ପାରିନାହାଁନ୍ତି। ଏହି ଅବସରରେ ଅଧିକାରିଣୀ ଯଶୋଦା ସାହୁ କହିଛନ୍ତି ଯେ ସମସ୍ତଙ୍କୁ ସୂଚନା ଦିଆଯାଇଥିଲା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ