ବାଲି ଗାଡ଼ିକୁ କେନ୍ଦ୍ର କରି ଅର୍ତକୀତ ଆକ୍ରମଣ ଥାନାରେ ଅଭିଯୋଗ
କୋରାଇ, ୧୯ ନଭେମ୍ବର(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ଗ୍ରାମ ନିକଟରେ ମଙ୍ଗଳବାର ରାତିେରେ ବାଲି ଗାଡି ଅଟକାଇ ଡ୍ରାଇଭରକୁ ମାଡ଼ ମରିବା ସହ ମାଲିକ ଓ ତା’ ଭାଇକୁ ମାଡ଼ ମାରି ୧ଲକ୍ଷ ୩୫ ହଜାର ଟଙ୍କା ଓ ମୋବାଇଲ ଛଡ଼ାଇନେବା ନେଇ ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ କୋରେଇ ଥାନା
ବାଲି ଗାଡ଼ିକୁ କେନ୍ଦ୍ର କରି ଅର୍ତକୀତ ଆକ୍ରମଣ ଥାନାରେ ଅଭିଯୋଗ


କୋରାଇ, ୧୯ ନଭେମ୍ବର(ହି.ସ.) – ପାଣିକୋଇଲି ଥାନା ଅନ୍ତର୍ଗତ ଅମୃତିଆ ଗ୍ରାମ ନିକଟରେ ମଙ୍ଗଳବାର ରାତିେରେ ବାଲି ଗାଡି ଅଟକାଇ ଡ୍ରାଇଭରକୁ ମାଡ଼ ମରିବା ସହ ମାଲିକ ଓ ତା’ ଭାଇକୁ ମାଡ଼ ମାରି ୧ଲକ୍ଷ ୩୫ ହଜାର ଟଙ୍କା ଓ ମୋବାଇଲ ଛଡ଼ାଇନେବା ନେଇ ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ କୋରେଇ ଥାନା ଅନ୍ତର୍ଗତ ବରୁଣ୍ଡାଇ ଗ୍ରାମର ଅଜିତ ସାହୁଙ୍କ ପୁଅ ସୁନିତଙ୍କ ଥାନାରେ କରିଥିବା ଅଭିଯୋଗ ମୁତାବକ ବାଲି ବୋଝେଇ କରି ମଙ୍ଗଳବାର ରାତିରେ ତାଙ୍କ ହାଇୱା ଅମୃତିଆ ରାସ୍ତାରେ ଯାଉଥିଲା। ଅମୃତିଆ ପ୍ରଭୁ ଟେଡର୍ସ ନିକଟରେ ଅମୃତିଆ ଗ୍ରାମର ଅନନ୍ତ ପରିଡ଼ା, ଅମର ପରିଡ଼ା, ସୁମା ପରିଡ଼ା ଓ ତାଙ୍କ ଦୁଇପୁଅ ମିଶି ଗାଡ଼ି ଅଟକାଇ ଡ୍ରାଇଭରକୁ ମାଡ଼ ମାରିଥିଲେ। ଗାଡ଼ିରେ ଥିବା ୧ଲକ୍ଷ ୩୫ ହଜାର ଟଙ୍କା ଓ ମୋବାଇଲ ଛଡ଼ାଇ ନେଇଥିଲେ। ଏହି ଖବର ପାଇ ସୁନିତ ଓ ତାଙ୍କ ସାନ ପହଂଚିବାରୁ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫଳରେ ସେ ଆହତ ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସିତ ହୋଇ ଥାନାରେ ଅଭିଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande