ଜିଲ୍ଲାସ୍ତରୀୟ ବିଶ୍ୱ ଶୌଚାଳୟ ଦିବସ-୨୦୨୫ ଶୁଭାରମ୍ଭ
କେନ୍ଦୁଝର, 19 ନଭେମ୍ବର (ହି.ସ.) - ଜିଲ୍ଲା ପ୍ରଶାସନ, କେନ୍ଦୁଝରଙ୍କ ଆନୁକୂଲ୍ୟରେ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, କେନ୍ଦୁଝରଙ୍କ ସଭାପତିତ୍ୱରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ୱ ଶୌଚାଳୟ ଦିବସ-୨୦୨୫ କାର୍ଯକ୍ରମର ଶୁଭାରମ୍ଭ କରାଯାଇଅ
ଜିଲ୍ଲାସ୍ତରୀୟ ବିଶ୍ୱ ଶୌଚାଳୟ ଦିବସ-୨୦୨୫ ଶୁଭାରମ୍ଭ


କେନ୍ଦୁଝର, 19 ନଭେମ୍ବର (ହି.ସ.) - ଜିଲ୍ଲା ପ୍ରଶାସନ, କେନ୍ଦୁଝରଙ୍କ ଆନୁକୂଲ୍ୟରେ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, କେନ୍ଦୁଝରଙ୍କ ସଭାପତିତ୍ୱରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବିଶ୍ୱ ଶୌଚାଳୟ ଦିବସ-୨୦୨୫ କାର୍ଯକ୍ରମର ଶୁଭାରମ୍ଭ କରାଯାଇଅଛି । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ବିଷୟ “ଆମ ଶୌଚାଳୟ, ଆମ ଭବିଷ୍ୟତ” ରଖାଯାଇଛି ଏବଂ ଏହି କାର୍ଯ୍ୟକ୍ରମ ୧୯ନଭେମ୍ବର ରୁ ଆରମ୍ଭ ହୋଇ ଆସନ୍ତା୧୦ ଡ଼ିସେମ୍ବର ଅନ୍ତର୍ଜାତୀୟ ମାନବ ଅଧିକାର ଦିବସ ପର୍ଯ୍ୟନ୍ତ ପାଳନ କରାଯିବ । ଏହି ଅବଧି ମଧ୍ୟରେ ବଂଚିତ ଥିବା ସମସ୍ତ ଯୋଗ୍ୟହିତାଧିକାରୀଙ୍କୁ ଚିହ୍ନଟକରି ପାଇଖାନା ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରିବା ସହିତ ଏହିଗୁଡ଼ିକର ସମସ୍ତ ନିର୍ମାଣ କାର୍ଯ୍ୟ ଏବଂ ବାକିଥିବା ଗୋଷ୍ଠୀସ୍ତରୀୟ ଶୌଚାଳୟଗୁଡ଼ିକର ନିର୍ମାଣ ଆସନ୍ତା ୩୧ ଡ଼ିସେମ୍ବର ମଧ୍ୟରେ ସମାପ୍ତ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଅଛି । ଏଥିସହିତ ବିଭିନ୍ନ ଅନୁଷ୍ଠାନ ଯଥା, ବିଦ୍ୟାଳୟ, ଅଙ୍ଗନୱାଡ଼ିକେନ୍ଦ୍ର, ସ୍ୱାସ୍ଥ୍ୟକେନ୍ଦ୍ର ଇତ୍ୟାଦିରେ ଶୌଚାଳୟଗୁଡ଼ିକର ସର୍ଭେକରି ଆବଶ୍ୟକସ୍ଥଳେ ଏହାର ଉପଲବ୍ଧତତା ସୁନିଶ୍ଚିତ କରାଇବା ସହ ଗ୍ରାମାଂଚଳରେ ଥିବା ବ୍ୟକ୍ତିଗତ ଘରୋଇ ପାଇଖାନା, ଆନୁଷ୍ଠାନିକ ତଥା ଗୋଷ୍ଠୀସ୍ତରୀୟ ଶୌଚାଳୟଗୁଡ଼ିକର ନିର୍ମର୍ାଣ, ମରାମତି, ରକ୍ଷଣାବେକ୍ଷଣ ଓ ଏହାର ସୌନ୍ଦର୍ଯ୍ୟକରଣ ବା ଚିତ୍ରିତ କରିବା ଏବଂ ଏହାର ବ୍ୟବହାର / କାର୍ଯ୍ୟକ୍ଷମ କରାଇବା ପାଇଁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ତଥା ଗ୍ରାମ ବା ଗ୍ରାମପଂଚାୟତ ସ୍ତରରେ ସଚେତନତା ସଭା, ପଥପ୍ରାନ୍ତ ନାଟକ, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟମାନଙ୍କରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରିବା ପାଇଁ ଆଲୋଚନା କରାଯାଇଥିଲା । ଏଥିସହିତ ଗ୍ରାମପଂଚାୟତ ଏବଂ ପଂଚାୟତ ସମିତିସ୍ତରରେ ସର୍ବୋତ୍କୃଷ୍ଟ ସୌନ୍ଦର୍ଯ୍ୟକରଣ ବା ଚିତ୍ରିତ ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଘରୋଇ ପାଇଖାନା ଏବଂ ଗୋଷ୍ଠୀସ୍ତରୀୟ ଶୌଚାଳୟଗୁଡ଼ିକୁ ପୁରୋଷ୍କୃତ କରିବା ସହିତ ଜିଲ୍ଲାସ୍ତରକୁ ମନୋନୀତକରି ପଠାଇବାପାଇଁ ଆଲୋଚନା କରାଯାଇଥିଲା । ଏହି କାର୍ଯର୍୍ୟକ୍ରମରେ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ସମସ୍ତ ପଂଚାୟତ ସମିତି ସହାୟକ ନିର୍ବାହୀ ଯନ୍ତ୍ରୀ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ-ମନନରେଗା, ଜିଲ୍ଲା ପରିମଳ ପରାମର୍ଶଦାତା ଏବଂ ଜିଲ୍ଲାପରିଷଦର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande