
ସୁବର୍ଣ୍ଣପୁର, 19
ଆଜି ତରଭା କଲେଜ ପଡିଆ ଠାରେ ତରଭା ବ୍ଲକ ର ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ସୁବ୍ରତ କୁମାର ପୁରୋହିତ ଙ୍କ ସଂଯୋଜନା ରେ ଅନୁଷ୍ଟିତ ସଭାରେ ବିନିକା ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ରୁ ୪୫୦ ରୁ ଅଧିକ ମତ୍ସ୍ୟଜୀବୀ ଏବଂ ପ୍ରାଣିପାଳକ ତଥା ସ୍ଵୟଂ ସହାୟକ ଗୋଷ୍ଠୀ ଦଳ ର ମାଁ ମାନେ ଅଂଶ ଗ୍ରହଣ କରି ଥିଲେ ।ଏତତ୍ ବ୍ୟତୀତ ଉତ୍ସାହୀ ଜନ ସାଧାରଣ, ପଞ୍ଚାୟତ ସମିତିର ସଭ୍ୟ ସଭ୍ୟା, ସରପଞ୍ଚ, ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗୀୟ କର୍ମଚାରୀ, ତାଙ୍କର ସହାୟକ କର୍ମଚାରୀ ସମସ୍ତେ ଉପସ୍ଥିତ ଥିଲେ । ଶ୍ରୀମତୀ ସୂପରା ଠେଲା , ସଭାପତି ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ମେଳା ଓ ପ୍ରଦର୍ଶନୀ କୁ ଫିତା କାଟି ଉଦ୍ଘାଟନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ସଭା ରେ ମୁଖ୍ୟ ଅତିଥି ରୂପେ ଶ୍ରୀମତୀ ସୂପରା ଠେଲା , ସଭାପତି ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଯୋଗ ଦେଇ ଉପସ୍ଥିତ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଡା ଉଷାରାଣୀ ଦାସ ଜିଲ୍ଲା ମୁଖ୍ୟ ଜନ ସ୍ବାସ୍ଥ୍ୟ ଅଧିକାରୀ,ସୁବର୍ଣ୍ଣପୁର ,ଶ୍ରୀଯୁକ୍ତ ସରୋଜ କମ୍ପ,ତରଭା ପଞ୍ଚାୟତ ସମିତି ଅଧ୍ୟକ୍ଷ ,ଶ୍ରୀମତୀ ବନ୍ଦିତା ନାୟକ, ଅଧ୍ୟକ୍ଷା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ,ଶ୍ରୀ ବିଜୟ କୁମାର ସାହୁ,ଜିଲ୍ଲା ମତ୍ସ୍ୟ ଅଧିକାରୀ, ସୁବର୍ଣ୍ଣପୁର ,ଶ୍ରୀଯୁକ୍ତ ଗଙ୍ଗାରାମ ବୁଡେକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଭା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବରେ ଡା ରଞ୍ଜନ କୁମାର ଦାସ , ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଯୋଗ ଦେଇ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତରଭା ବ୍ଲକର ଚାରି ଜଣ ଅଗ୍ରଣୀ ମତ୍ସ୍ୟ ଚାଷୀ ଏବଂ ଚାରି ଜଣ ପ୍ରାଣୀପାଳକ ଓ କୁକୁଡ଼ା ପାଳନ ତଥା ପଞ୍ଚାୟତ ପୋଖରୀ ରେ ମାଛ ଚାଷ ପାଇଁ ସ୍ଵୟଂ ସହାୟକ ଦଳ ଙ୍କୁ ପୁରସ୍କୃତ କରାଯାଇଥିଲା । ଦୁଇ ଜଣ ପ୍ରାଣୀ ପାଳକ ଓ ଜଣେ ମତ୍ସ୍ୟ ଚାଷୀ ଙ୍କୁ ନୂତନ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା।ଏହି ଅବସର ରେ ଚାଷୀ-ବିଶେଷଜ୍ଞ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମତ୍ସ୍ୟ ବିଶେଷଜ୍ଞ ଭାବରେ ଶ୍ରୀଯୁକ୍ତ ଶ୍ରବଣ କୁମାର କହର୍ ସହକାରୀ ମତ୍ସ୍ୟ ଅଧିକାରୀ, ଉଲୁଣ୍ଡା ,ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ରାଉତ,କନିଷ୍ଠ ମତ୍ସ୍ୟ ଉନ୍ନୟନ ଅଧିକାରୀ ସୁବର୍ଣ୍ଣପୁର, ଶ୍ରୀଯୁକ୍ତ ବିଜୟ କୁମାର ସାହୁ, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଏବଂ ପ୍ରାଣୀ ସମ୍ପଦ ବିଶେଷଜ୍ଞ ଭାବରେ ଡ଼ା ମୃତ୍ୟୁଞ୍ଜୟ ମହାନ୍ତି , ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ , ଡା ଶଙ୍କର୍ଷଣ ମାହୁନ୍ତ , ଅତିରିକ୍ତ ଜିଲ୍ଳା ପ୍ରାଣୀ ଚିକିତ୍ସା ଅଧକାରୀ, ଡ଼ା ଦୁର୍ଗା ପ୍ରସାଦ ତ୍ରିପାଠୀ,ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ, ସୋନପୁର ଓ ଡା କୃଷ୍ଣଚନ୍ଦ୍ର ମହନ୍ତ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ବୀରମହାରାଜପୁର , ଡ଼ା ପ୍ରମୁଖ ଯୋଗ ଦେଇ ଚାଷୀ ଙ୍କୁ ମତ୍ସ୍ୟ ଚାଷ ଓ ପ୍ରାଣୀ ପାଳନ ସମ୍ପର୍କିତ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର,ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଦୂଲ୍ ଦୁଲି ନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମ ରେ ସରକାରୀ ଯୋଜନା ସମୂହ ର ପ୍ରଚାର ପ୍ରସାର କରାଯାଇଥିଲା।
ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ହଉଛି ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷ ରେ ଉତ୍ପାଦନ ବୃଦ୍ଧି କରିବା, ତୃଣମୂଳ ସ୍ତରରେ ଗ୍ରାମୀଣ ଅର୍ଥ ନୀତି ର ବିକାଶ ପାଈଁ ପ୍ରାଣୀ ପାଳନ କୁକୁଡ଼ା ପାଳନ ମତ୍ସ୍ୟ ଚାଷ କିପରି ସହାୟକ ହେଇପାରିବ । ମତ୍ସ୍ୟ ଚାଷ ମାଧ୍ୟମରେ ସ୍ବାବଲମ୍ବୀ ଚାଷୀ ତଥା ଉଦ୍ୟୋଗୀ ସ୍ରୁଷ୍ଟି କରିବା ଏବଂ ପ୍ରାଣୀ ସମ୍ପଦ କୁ ନିରୋଗ ଏବଂ ନିରାମୟ ରଖିବା।
ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳାକୁ ଆୟୋଜନ କରିଥିଲେ ଡ଼ା. ହରିହର ଧାରୁଆ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ତରଭା , ଡା ଜନ୍ମଜୟ ମହାଳିକ, ଡ଼ା ରାକେଶ ହର୍ପାଲ ଓ ଡ଼ା ଅରୁଣ ସାହୁ ପ୍ରାଣୀ ଚିକିତ୍ସା ଅଧିକାରୀ ତରଭା । ଏଥିରେ ସହ ଆୟୋଜିକା ଥିଲେ , ଡ଼ା. ଶୁଭାକଂକ୍ଷି ବେହେରା ଓ ଡ଼ା ସଂଜୀବନୀ ବୁଡେକ୍, ପ୍ରାଣୀ ଚିକିତ୍ସକ । ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆୟୋଜନ କରିବାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ର ଡ଼ା ଶ୍ୟାମ ସୁନ୍ଦର ପାଣ୍ଡେ,ଡ଼ା ଝାସକେତ ପଶାୟତ ,ଶ୍ରୀଯୁକ୍ତ ବିଭୂତି ଭୂଷଣ ସାହୁ, ଶ୍ରୀଯୁକ୍ତ ଦେବେନ୍ଦ୍ର ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ସହାୟତା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ