ଜମନକିରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା
ଜମନକିରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା
ଜମନକିରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ  ସମ୍ପଦ ମେଳା


ଜମନକିରାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ  ସମ୍ପଦ ମେଳା


ସମ୍ବଲପୁର, ୧୯, ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଷଣ୍ଢପଥର ଆରଏମସି ମାର୍କେଟ ୟାର୍ଡ ପରିସରରେ ବ୍ଲକର ବିଡ଼ିଓ ରବୀନ୍ଦ୍ର ସେଠିଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗ ଦେଇଥିବା ବେଳେ ସମ୍ବଲପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ଶିବରାଜ ଦାସ, ସମ୍ବଲପୁର ଓମ୍ଫେଡ ଦୁଗ୍ଧ କମ୍ପାନୀର ଜେନେରାଲ ମେନେଜର ସରୋଜ କୁମାର ସାହୁ, ବୋମାଲୋଇ ଫିସ୍ ଫାର୍ମ ଶାଖା ପରିଚାଳକ ସୂର୍ଯ୍ୟକାନ୍ତ ବାରିକ, ଜମନକିରା ତହସିଲଦାର ପ୍ରବୀଣା ବିଲୁଙ୍ଗ, ଚର୍ଚ୍ଚିତ ସମାଜସେବୀ ତଥା ଗୁଣ୍ଡରୁଚୁଆଁ ମଣ୍ଡଳ ସଭାପତି ମନୋଜ ମାଝୀ, ବଡରମା ସରପଞ୍ଚ ତଥା ଜମନକିରା ମଣ୍ଡଳ ସଭାପତି ବିଜୟ ନାଏକ, ଅମୋଘ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଜମନକିରା ବ୍ଲକ ଅଧୀନରେ ବିଭାଗୀୟ କର୍ତୃପକ୍ଷଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ବନ୍ଧରେ ଉପସ୍ଥିତ ଚାଷୀଙ୍କୁ ଅବଗତ କରାଯାଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ଜମନକିରା ଜିଲ୍ଲା ଅଧୀନରେ ସଫଳ ଚାଷୀଙ୍କ ପ୍ରଣାଳୀ ଏବଂ ବାର୍ତ୍ତା ଭିଡ଼ିଓ ମାଧ୍ୟମରେ ଉପସ୍ଥିତ ଚାଷୀଙ୍କୁ ଦେଖାଇ ଚାଷୀଙ୍କ ମନୋବଳ ବୃଦ୍ଧି କରାଯାଇଥିଲା। ମତ୍ସ୍ୟ ଏବଂ ପ୍ରାଣୀ ପାଳନ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଏହି ଯୋଜନାରେ ସାଧାରଣ ଲୋକେ କିଭଳି ଲାଭବାନ ହୋଇ ଆତ୍ମ ନିର୍ଭରଶୀଳ ହେବେ ଏବଂ ଏହି ଯୋଜନାକୁ ନେଇ ସରକାରଙ୍କ ଆଭିମୁଖ୍ୟ ସମ୍ବନ୍ଧରେ ବିଭାଗୀୟ ଅଧିକାରୀ ମାନେ ସଚେତନ କରାଇଥିଲେ। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜମନକିରା ବ୍ଲକ ଅଧିନସ୍ଥ ୮ ଜଣ ସଫଳ ଚାଷୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର, ଉପଢୌକନ ସହ ଏକ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ସେହିପରି ୧୦ଜଣ ଚାଷୀଙ୍କୁ ଚେକ୍ ମାଧ୍ୟମରେ ସବସିଡ୍ ରାଶି ପ୍ରଦାନ କରାଯାଇଥିଲା, ୪୦ ଜଣ ଚାଷୀଙ୍କୁ ବିଭିନ୍ନ ଯୋଜନାରେ ନୂତନ କାର୍ଯ୍ୟାଦେଶ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ବ୍ଲକ ସ୍ତରୀୟ ଏହି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ଜମନକିରା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. କୁନାଲ ସାହୁ, ଭୋଜପୁର ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ଭୁବନେଶ୍ୱର ସାହୁ, ଫାଶୀମାଲ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ଗଣେଶ ପାଣି, ଧନକଉଡ଼ା ସହକାରୀ ମସ୍ୟ ଅଧିକାରୀ ବିଶ୍ୱଜିତ ମହାନ୍ତି, ଜମନକିରା ସହକାରୀ କୃଷି ଅଧିକାରୀ ତନ୍ମୟ କୁମାର ମୁର୍ମୁ, ଉଦ୍ୟାନ କୃଷି ସହକାରୀ ଅଧିକାରୀ ହିତେଶ କୁମାର ବଢ଼େଇଙ୍କ ସହିତ ଜମନକିରା, କୁଚିଣ୍ଡା ଓ ବାମରା ବ୍ଲକ ଅଧିନସ୍ଥ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପ୍ରଦର୍ଶନୀ, ଚାଷୀ ବୈଜ୍ଞାନିକ ଆଲୋଚନାଚକ୍ର ସହିତ ବିଭାଗର ବିକାଶ ଏବଂ ଚାଷୀର ଉନ୍ନତି ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଶେଷରେ ଜମନକିରା ସହକାରୀ ମତ୍ସ୍ୟ ଅଧିକାରୀ ଶୁଭାଂଶୁ ଶେଖର ଆଏଚ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ସହିତ ସମସ୍ତ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଏବଂ ସମସ୍ତ ଚାଷୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande