ବୁର୍ଲାର ଚର୍ଚ୍ଚିତ ଜୁଆ ଆସରରେ ପୋଲିସର ଚଢାଉ : ୭ ଜୁଆଡ଼ି ଗିରଫ

ସମ୍ବଲପୁର, ୧୯, ନଭେମ୍ବର (ହି.ସ.) ବୁର୍ଲାର ଚର୍ଚ୍ଚିତ ଜୁଆ ଆସରରେ ଅଚାନକ ପୋଲିସ ଚଢାଉ କରି ୭ ଜଣ ଜୁଆଡ଼ିଙ୍କୁ ଆଜି ପୋଲିସ ଗିରଫ କରିଛି । ଗିରଫ ଜୁଆଡିଙ୍କ ମଧ୍ୟରେ ରହିଛନ୍ତି ବୁର୍ଲା ସହର ବିଷ୍ଣୁମନ୍ଦିର ପଡ଼ାର ବିକ୍ରମ୍ ସିଂ(୩୦), ପିଜି ଛକର ତେଜ୍ ବାହାଦୁର ଛେତ୍ରୀ(୪୭), ଡେଲି ମାର୍କେଟ୍ ଅଞ୍ଚଳର ଜିମି ଓରଫ ରାଜକୁମାର ପ୍ରସାଦ ଗୁପ୍ତା(୩୧), ମୁନା କୁମାର ପ୍ରସାଦ(୩୭), ରାହୁଲ ପ୍ରସାଦ ଗୁପ୍ତା(୩୫), ପଠାଣବନ୍ଧ ଅଞ୍ଚଳର ବାସୁଦେବ ବାରିକ(୩୪) ଓ ବିଟୁ ଓରଫ୍ ପ୍ରହଲ୍ଲାଦ ବାଗ(୪୭) । ଗିରଫ ବେଳେ ସେମାନଙ୍କ ନିକଟରୁ ପୋଲିସ ନଗଦ ୧.୪୦.୫୬୦ ଟଙ୍କା, ଗୋଟିଏ କାର(ଓଡି-୧୫-ଏଡି-୬୪୪୯), ୬ଟି ବାଇକ୍ ଓ ସ୍କୁଟି, ୭ଟି ମୋବାଇଲ୍ ଫୋନ ୧୦୪ ମୁଠା ତାସକୁ ଜବତ କରିଛି ।

ପୋଲିସ ସୂତ୍ରରୁ ମଳିଥିବା ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ବୁର୍ଲା ପୋଲିସ ପାଟ୍ରୋଲିଂ ଦଳଙ୍କୁ ବୁର୍ଲାର କଚ୍ଚା ମାର୍କେଟ୍ରେ ଜୁଆଖେଳ ଚାଲିଥିବା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଖବର ପାଇଁ ଏସ୍ଆଇ ଆଶିଷ କୁମାର ନୟକ ସଦଳବଳେ ଉକ୍ତ ଜୁଆଆଡ୍ଡା ଉପର ଅତର୍କିତ ଚଢ଼ାଉ କରିଥିଲେ । ପୋଲିସକୁ ଦେଖି ଜୁଆ ଖେଳୁଥିବା ବ୍ୟକ୍ତିମାନେ ସେଠାରୁ ଫେରାର ହେବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ସମସ୍ତଙ୍କୁ ପୋଲିସ ଗିରଫ କରି ସେମାନଙ୍କ ବିରୋଧରେ ବୁର୍ଲା ଥାନାରେ କେସ୍ ନମ୍ବର ୫୧୭/୨୫ରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande