ଦାରିଙ୍ଗବାଡ଼ି ସିକରମାହା ରେ ଚିପ୍ସ ପକେଟ୍ ର ପ୍ଲାଷ୍ଟିକ ଖେଳନା ଗିଳି ଶିଶୁର ମୃତ୍ଯୁ
Child dead due to plastic toy in cheeps packet
ଦାରିଙ୍ଗବାଡ଼ି ସିକରମାହା ରେ ଚିପ୍ସ ପକେଟ୍ ର ପ୍ଲାଷ୍ଟିକ ଖେଳନା ଗିଳି ଶିଶୁର ମୃତ୍ଯୁ


କନ୍ଧମାଳ , ୧୯ ନଭେମ୍ବର (ହି.ସ.) କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମ ନିକଟ ମୂଷିମାହା ଗ୍ରାମରେ ବିଗିଲ ପ୍ରଧାନ ନାମକ ୪ ବର୍ଷର ଗୋଟିଏ ଶିଶୁର ମୃତ୍ୟୁ ପରେ ସ୍ବାସ୍ଥ୍ୟବିଭାଗର ଚିନ୍ତା ବଢ଼ାଇ ଦେଇଛି। ବର୍ତ୍ତମାନ ଏ ନେଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ ଚିନ୍ତା ପ୍ରକଟ କରିବା ସହ ସେ ବିଭାଗ ପକ୍ଷରୁ ଗାଁ ଗାଁରେ ଲୋକଙ୍କୁ ଏନେଇ ସଚେତନ କରାଇବା ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି। ସେ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଇବା ସହ ଲୋକଙ୍କୁ ହାତ ଧୋଇ ଖାଇବା ସହ ଏଭଳି ପ୍ୟାକେଟ ଖାଦ୍ୟରେ କୌଣସି ପ୍ଲାଷ୍ଟିକ କିମ୍ବା ଅନ୍ୟ କିଛି ସାମଗ୍ରୀ ରହିଥିଲେ ତାକୁ ଖାଇବାକୁ ବାରଣ କରାଯିବ ବୋଲି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ଉକ୍ତ ବ୍ଲକ ମୁସିମାହା ଗ୍ରାମର ୪ ବର୍ଷର ଶିଶୁ ବିଗିଲ ପ୍ରଧାନ ବାପା ଆଣିଥିବା ମସଲା ଜାତୀୟ ଚିପ୍ସ ପ୍ୟାକେଟ୍‌ ଭିତରେ ରହିଥିବା ଏକ ପ୍ଲାଷ୍ଟିକ ଖେଳନା ଖାଇ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକ ଶିଶୁଙ୍କ ତଣ୍ଟି ଭିତରୁ ଉକ୍ତ ଖେଳନା ବାହାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଚେତ ଅବସ୍ଥାରେ ଆଣିଥିଲେ। ତେବେ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରୁଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande