
ଜୟପୁର, 19 ନଭେମ୍ବର (ହି.ସ.)
ଆସନ୍ତା ସୟଦ ମୁସ୍ତାକ ଅଲ୍ଲୀ ଆନ୍ତଃ ରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଓଜିଶା ର ୨୦ ଜଣ ଖେଳାଳିଙ୍କୁ ଚୟନ କରାଯାଇଛି । ଏଥିରେ ଜୟପୁରର ଯୁବକ ଆଦିତ୍ୟ ରାଉତଙ୍କୁ ମଧ୍ୟ ଚୟନ କରାଯାଇଛି । ଏହି ୨୦ ଜଣିଆ ଦଳରେ ଜୟପୁରର ଖେଳାଳି ଆଦିତ୍ୟ ସ୍ଥାନ ପାଇଥିବା ଯୋଗୁଁ ସ୍ଥାନୀୟ ଖେଳାଳିଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଥିବା ବେଳେ ତାଙ୍କର ସଫଳତା ପାଇଁ ଶୁଭକାମନା କରିଛନ୍ତି । ବୋର୍ଡଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ପ କ୍ଷରୁ ଆୟୋଜିତ ଆସନ୍ତା ସୟଦ ମୁସ୍ତାକ ଅଲ୍ଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ଓଡ଼ିଶା କ୍ରିକେଟ କଣ୍ଟ୍ରୋଲ (ଓସିସି)ର ଖେଳାଳି ଚୟନ କମିଟିର ଅଧ୍ୟକ୍ଷ ସୌରଜିତ ମହାପାତ୍ର ରାଜ୍ୟ ପୁରୁଷ ଦଳର ୨୦ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛନ୍ତି । ଏହି ୨୦ ଜଣିଆ ଦଳ ମଧ୍ୟରୁ ଶ୍ରେଷ୍ଠ ୧୫ ଜଣ ଖେଳାଳିଙ୍କୁ ଚୟନ ଖେଳ କରାଯାଇ ଆୟୋଜିତ ସ୍ଥାନକୁ ପାଠଯିବ ଏବଂ ଅନ୍ୟ ୫ ଜଣଙ୍କୁ ଷ୍ଟାଣ୍ଡବାଇରେ ରଖାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି