
ଭଦ୍ରକ, ୧୯ ନଭେମ୍ବର (ହି.ସ.) - ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର କୁମାର ରାଉଳ ଆର୍ôଥକ ବର୍ଷ ୨୦୨୫-୨୬ ପାଇଁ ଜିଲା ଧାନ କ୍ରୟ କମିଟି (ଡିଏଲପିସି) ର ସଦସ୍ୟ ଭାବେ ନିଯୁକ୍ତ ହେଲେ। ଚାଷୀମାନଙ୍କ ପ୍ରତିନିଧି ଭାବେ ସେ ଏହି କମିଟିରେ ଯୋଗଦେବେ ବୋଲି ଜିଲାପାଳଙ୍କ ପତ୍ର ସଂଖ୍ୟା–୬୦୮୧ ଦ୍ୱାରା ସୂଚନା ମିଳିଛି।ଏହା ସମ୍ବନ୍ଧରେ ଜିଲା ସ୍ତରୀୟ ବୈଠକ ୨୧ ନଭେମ୍ବର ଅପରାହ୍ନରେ ଜିଲ୍ଲାପାଳ ଙ୍କ ପ୍ରକୋଷ୍ଟରେ ଅନୁଷ୍ଠିତ ହେବ।ନିଯୁକ୍ତି ପତ୍ର ପ୍ରାପ୍ତ ହେବା ପରେ ଉପେନ୍ଦ୍ର ରାଉଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ,ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ଜିଲ୍ଲା ସଭାପତି ଭଗବାନ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଆଗାମୀ ଦିନରେ ଚାଷୀମାନଙ୍କ ପାଇଁ କଟଣି–ଛଟଣୀ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ କରିବା ଦିଗରେ ଉଦ୍ୟମ ଜାରି ରଖିବେ ବୋଲି ଶ୍ରୀ ରାଉଳ କହିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ