
ଭଦ୍ରକ, ୧୯ ନଭେମ୍ବର (ହି.ସ.) - ଏହି ଜିଲାର ଧାମରା ଅଂଚଳର ଜଣେ ଧର୍ମପରାୟଣ ମହିଳାଙ୍କ ପରଲୋକ ହୋଇଯାଇଛି। ସଂପୃକ୍ତ ମହିଳା ଆଶାଲତା ମହାପାତ୍ର ୯୪ବର୍ଷ ବୟସର ହୋଇଥିବା ବେଳେ ଦୀର୍ଘଦିନ ହେବ ବୟସାଧିକ ହେବାରୁ ସେ ଥଣ୍ଡା ଜନିତ ରୋଗରେ ପିଡୀତ ହୋଇ ଭୂବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସିତ ହେଉଥିବା ବେଳେ ମେଡିକାଲରେ ପରଲୋକ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଅମୀୟ କୁମାର ମହାପାତ୍ର ଏବଂ ତାଙ୍କର ସାନପୁଅ ପିଂଟୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କର ପରଲୋକ ଖବର ପାଇ ଅଂଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ କଂଗ୍ରେସର ବହୁ ନେତା ଏହି ଖବର ପାଇଁ ଶୋକାକୂଳ ପରିବାରକୁ ଏଭଳି ଦୁଃଖଦ ସମୟରେ ଜଗନ୍ନାଥ ସାହା ଭରଷା ବୋଲି ସାନ୍ତନା ଜଣାଇଛନ୍ତି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ