ଭିଜିଲାନ୍ସ ଜାଲରେ କେନ୍ଦୁଝର ଅବକାରୀ ସୀତାରାଣୀ ପଟ୍ଟାୟତ ଓ ଚମ୍ପୁଆ ଅବକାରୀ କାର୍ଯ୍ୟାଳୟର ଏଏସଆଇ ବିଜୟ କୁମାର ମହାନ୍ତ
କେନ୍ଦୁଝର, 19 ନଭେମ୍ବର (ହି.ସ.) ୪୦ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ କେନ୍ଦୁଝର ଅବକାରୀ ସୁପରିଟେଡେଣ୍ଟ ଓ ଚମ୍ପୁଆ ଅବକାରୀ କାର୍ଯ୍ୟାଳୟର ଏଏସଆଇ ଭିଜିଲାନସ୍ ଦ୍ୱାରା ଗିରଫ । ଜଣେ ବିଦେଶୀ ମଦ ଦୋକାନୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ କେନ୍ଦୁଝର ଅବକାରୀ ସୀତାରାଣୀ ପଟ୍ଟାୟତ ଓ ଚ
ଭିଜିଲାନ୍ସ ଜାଲରେ କେନ୍ଦୁଝର ଅବକାରୀ ସୀତାରାଣୀ ପଟ୍ଟାୟତ ଓ ଚମ୍ପୁଆ ଅବକାରୀ କାର୍ଯ୍ୟାଳୟର ଏଏସଆଇ ବିଜୟ କୁମାର ମହାନ୍ତ


କେନ୍ଦୁଝର, 19 ନଭେମ୍ବର (ହି.ସ.) ୪୦ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ କେନ୍ଦୁଝର ଅବକାରୀ ସୁପରିଟେଡେଣ୍ଟ ଓ ଚମ୍ପୁଆ ଅବକାରୀ କାର୍ଯ୍ୟାଳୟର ଏଏସଆଇ ଭିଜିଲାନସ୍ ଦ୍ୱାରା ଗିରଫ । ଜଣେ ବିଦେଶୀ ମଦ ଦୋକାନୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ କେନ୍ଦୁଝର ଅବକାରୀ ସୀତାରାଣୀ ପଟ୍ଟାୟତ ଓ ଚମ୍ପୁଆ ଅବକାରୀ କାର୍ଯ୍ୟାଳୟର ଏଏସଆଇ ବିଜୟ କୁମାର ମହାନ୍ତଙ୍କୁ ଗିରଫ କରିଛି ଭିଜିଲାନସ୍ । ଏହାପରେ ସୀତାରାଣୀ ପଟ୍ଟାୟତଙ୍କର ୩ଟି ଠିକଣା ଓ ବିଜୟ କୁମାର ମହାନ୍ତଙ୍କର ୨ଟି ଠିକଣାରେ ଭିଜିଲାନସ୍ ଚଢ଼ାଉ ଜାରି ରଖିଛି l ଗତ ୪ମାସ ପୂର୍ବରୁ କେନ୍ଦୁଝର ଅବକାରୀ ଅଧିକ୍ଷକ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ବ୍ୟବସାୟ ସଠିକ୍ ଢ଼ଙ୍ଗରେ ଚଳାଇବା ପାଇଁ ବିଦେଶୀ ମଦ ଦୋକାନୀ ମାଲିକଙ୍କ ଠାରୁ ଲାଞ୍ଚ ମାଗୁଥିଲେ ସୀତାରାଣୀ l ଅନ୍ୟ ଉପାୟ ନପାଇ ଚମ୍ପୁଆର ଜଣେ ବିଦେଶୀ ମଦ ଦୋକାନୀ ଭିଜିଲାନସ୍ ର ଦ୍ୱାରସ୍ଥ ହୋଇଥିଲେ । ଆଜି ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, ଉଭୟଙ୍କୁ ଗିରଫ କରିଥିଲା ଭିଜିଲାନସ୍ ବିଭାଗ । ଏହାପରେ, ଆୟ ବହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୀତାରାଣୀ ପଟ୍ଟାୟତଙ୍କର ୩ଟି ଠିକଣା ଓ ବିଜୟ କୁମାର ମହାନ୍ତଙ୍କର ୨ଟି ଠିକଣାରେ ଭିଜିଲାନସ୍ ଚଢ଼ାଉ ଜାରି ରଖିଛି l ଏହି ମାମଲାରେ ବାଲେଶ୍ଵର ଭିଜିଲାନସ୍ ବିଭାଗ ତରଫରୁ ଉଭୟଙ୍କ ବିରୋଧରେ କେସ୍ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande